ବେବି ଅଲିଭ ରିଡ଼ଲେ ପାଇଲେ ନୁଆଁ ଠିକଣା…

ବେବି ଅଲିଭ ରିଡ଼ଲେ ପାଇଲେ ନୁଆଁ ଠିକଣା…

0 0
Read Time:2 Minute, 11 Second

ବିଶ୍ୱ ମାନଚିତ୍ର ଅଲିଭ ଲିଡ଼ଲେ କଇଁଚ ଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲା ର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୁମି ରେ ବେବି ଅଲିଭ ରିଡ଼ଲେ ନୁଆଁ ଠିକଣା ପାଇଥିବା ଜଣାପଡିଛି। ସାମୁଦ୍ରିକ ମା କଇଁଚ ଙ୍କ ମାର୍ଚ୍ଚ ମାସ ଶେଷ ସପ୍ତାହରେ ପ୍ରାୟ 3 ଲକ୍ଷରୁ ଉର୍ଦ୍ଧ ଅଲିଭ ରିଡ଼ଲେ ଙ୍କ ଗଣ ଆଣ୍ଡାଦାନ ପର୍ବ
ର ପ୍ରାୟ 50 ଦିନ ପରେ ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୁମିର ବାଲୁକାଶଯ୍ୟା ମଧ୍ୟରୁ ଗତ ରାତ୍ରରୁ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି।ଫଳରେ ରାତ୍ର ର ଥାଣ୍ଡା ପରିବେଶ ମଧରେ ବାଲୁକା ମଧ୍ୟରୁ ଗୋଟିକ ପରେ ଗୋଟିଏ ଛୁଆ କଇଁଚ ବାହାରି ସମୁଦ୍ର ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଋଷିକୂଲ୍ୟା ମୁହାଁଣ ପୁରୁଣା ବନ୍ଧ ଠାରୁ ପୋଡମପେଟା ମଧ୍ୟରେ ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ଲକ ଡାଉନ ଫଳରେ ଚଳିତ ବର୍ଷ ଅନ୍ୟ ବର୍ଷ ମାନଙ୍କ ଅପେକ୍ଷା ପର୍ଯ୍ୟଟକ ବେଳାଭୁମି କୁ ଅତି କମ ସଂଖ୍ୟକ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳୁଛି।ଅନ୍ୟପଟେ ବନବିଭାଗ କର୍ମଚାରୀ, ସ୍ଥାନୀୟ ସ୍ବେଛାସେବୀ ଓ ଗ୍ରାମବାସୀ ବାଟବଣା ହୋଇପଡୁଥିବା ଛୁଆ ମାନଙ୍କୁ ପ୍ଲାଷ୍ଟିକ ପାତ୍ରରେ ସଂଗ୍ରହ କରି ସମୁଦ୍ର ପାଣି ନିକଟରେ ଛାଡ଼ୁଛନ୍ତି। ସମୁଦ୍ର ଲହରୀ ପ୍ରତି ଆକର୍ଷଣ ହୋଇ ଛୁଆ ମାନେ ସମୁଦ୍ର ଆଡକୁ ମୁହାଉଁ ଥିବା ମଧ୍ୟ ଦେଖିବାକୁ ମିଳିଛି।ଏହି କଇଁଚ ମାନଙ୍କ ଛୁଆ ଗୁଡିକ ର ସୁରକ୍ଷା କୁଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବନ ବିଭାଗ ପକ୍ଷରୁ ରମ୍ଭା ଫରେଷ୍ଟର ସୋମନାଥ ମଲିକ ସୂଚନା ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ପର୍ଯ୍ୟଟନ