ଆସିକା ବନାଞ୍ଚଳ ରେ 2 ଲକ୍ଷ 80 ହଜାର ବୃକ୍ଷ ରୋପଣ

ଆସିକା ବନାଞ୍ଚଳ ରେ 2 ଲକ୍ଷ 80 ହଜାର ବୃକ୍ଷ ରୋପଣ

0 0
Read Time:2 Minute, 17 Second

ଆସିକା ବନାଞ୍ଚଳର ଧରାକୋଟ, ଶେରଗଡ଼, ଷଡ଼ଙ୍ଗୀପଲ୍ଲୀ, ଆସିକା ବନକ୍ଷେତ୍ର ଅଂଚଳ ରେ 2 ଲକ୍ଷ 80 ହଜାର ବୃକ୍ଷ ରୋପଣ କରାଯାଇଛି l ଜଳବାୟୁ ପରିବର୍ତ୍ତନ, ସାମାଜିକ ବନିକରଣ, ପରିବେଶ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏଭଳି ମେଗା ବୃକ୍ଷରୋପଣ କରାଯାଇଛି l ଷଡ଼ଙ୍ଗୀପଲ୍ଲୀ ବନ କ୍ଷେତ୍ର ଅଂଚଳ ରୁ କରଡ଼ାକଣା, ଗମ୍ଭାରୀ ଗୁଡା, ସମେତ ଅନେକ ସ୍କୁଲ, ବ୍ଲକ, ପଂଚାୟତ, ଏବଂ ପୋଖରୀ ଅଂଚଳ ରେ ଶେରଗଡ଼ ଆମ୍ବୁଆବାଡ଼ି, କେରିକେରି ଝୋଳା, ଅଂଚଳ ସମେତ ରାସ୍ତା ଘାଟ, ନଦୀ ପୋଖରୀ, ରାସ୍ତା ପାର୍ଶ୍ଵ ରେ, ଆସିକା ବନକ୍ଷେତ୍ର ଅଂଚଳରେ ବାବନପୁର, କରଞ୍ଜେଇ, ଚାରିମାଇଲି, ସମେତ ଋଷିକୂଲ୍ୟା, ବଡନଦୀ, ସ୍କୁଲ,କଲେଜ, ପଂଚାୟତ କାର୍ଯ୍ୟାଳୟ, ଧରାକୋଟ ବ୍ଲକ ବାହାରପୁର, କେନ୍ଦୁପଲ୍ଲୀ, ଗୋପାଳପୁର, ଅଂଚଳ ରେ 1 ଲକ୍ଷ 34 ହଜାର,750 ଗୋଟି ବିଭିନ୍ନ ଔଷଧୀୟ ବୃକ୍ଷ, ଫୁଲ, ଫଳ, ବଟ ଆଶ୍ବସ୍ଥ ବୃକ୍ଷ ରୋପଣ କରାଯାଇଛି ବୋଲି ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ପ୍ରକାଶ କରିଛନ୍ତି l ସେହିଭଳି 1 ଲକ୍ଷ 45 ହଜାର 250 ଗଛ ବିକ୍ରି ମାଧ୍ୟମରେ ବିଭିନ୍ନ ପରିବେଶବିତ ମାନେ ବୃକ୍ଷ ରୋପଣ କରିଛନ୍ତି l ଏହି କାର୍ଯ୍ୟକ୍ରମ କୁ ଆସିକା ବନପାଳ ଭଗବାନ ବିଶୋଇ, ଧରାକୋଟ ବନପାଳ ଅକ୍ଷୟ ତ୍ରିପାଠୀ, ଶେରଗଡ଼ ବନପାଳ ହରେ କୃଷ୍ଣ ବାରିକ, ଷଡ଼ଙ୍ଗୀପଲ୍ଲୀ ବନପାଳ ସନ୍ତୁନୁ କୁମାର ନାୟକ ସହଯୋଗ କରିଥିଲେ l ପଂଚାୟତ ରାଜ ବିଭାଗ, ଶିକ୍ଷା ବିଭାଗ, କୃଷି ଏବଂ ଉଦ୍ୟାନ ବିଭାଗ ସହ ସାମନ୍ୱୟ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ସହ ଜଙ୍ଗଲ ର ଖାଲି ସ୍ଥାନ, ଲଣ୍ଡା ପାହାଡ଼, ରୋଡ଼ ର ପାର୍ଶ୍ଵ, ବୃକ୍ଷ ମାଳ ରେ ମଧ୍ୟ ଅନେକ ଗଛ ଲଗାଯାଇଛି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories