Read Time:1 Minute, 4 Second
ଆସିକା ବ୍ଲକ ଠାରେ ଓଡିଶା ସରକାରଙ୍କ ତରଫରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସ ଜରିଆରେ ଆମ ପୋଖରୀ ସହରାଞ୍ଚଳ ଜଳାଶୟ ନବୀକରଣ କାଯ୍ୟକ୍ରମ ଶୁଭ ଉଦଘାଟନ ହୋଇଯାଇଛି। ଆସିକା ବ୍ଲକ କାର୍ଯାଳୟ ପରିସରରେ ଏହି ଭିଡ଼ିଓ କନଫରେନ୍ସ କାର୍ଯ୍ୟକ୍ରମରେ ଆସିକା ଏନଏସି ଅଧ୍ୟକ୍ଷା ଵିନେତା ସ୍ୱାଇଁ , କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ଵେଜ୍ ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ଏବଂ ଦେବୀ ଶାରଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ବୃନ୍ଦ ଓ ଏନ. ଏ .ସି .ର ମୁକ୍ତା ଟିମ୍ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଏହି ଅବସରରେ ଆସିକା ଏନ. ଏ .ସି . ୱାର୍ଡ ନଂ ୧୫ ଜୋକବନ୍ଧକୁ ସାମିଲ କରାଯାଇଥିବାରୁ ଅଧକ୍ଷା ଏବଂ ସମସ୍ତ କାଉନସିଲର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।


