ଓଡିଶାର ସର୍ବ ପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ଆସିକା ଶାଖା ଗଠିତ ହୋଇଯାଇଅଛି । ଆସିକା ସ୍ଥିତ ଅଶୋକା ସିନେମା ହଲ ଠାରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅନୀଲ ପଟ୍ଟନାୟକ ମୁଖ୍ୟ ଅତିଥି, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,ଭଞ୍ଜନଗର ୟୂଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ପୋଲସରା ୟୁଜେଏ ସଭାପତି ସୁବ୍ରତ ବେହେରା, ସୋରଡ଼ା ପ୍ରେସ୍ କ୍ଳବ ସମ୍ପାଦକ ରାଜେଶ କୁମାର ପଣ୍ଡା, ଧରାକୋଟ ବରିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା , ପୋଲସରା ସମ୍ପାଦକ ଅତ୍ରି ପଟ୍ଟନାୟକ ବେଲଗୁଣ୍ଠା ପ୍ରେସ୍ କ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସୋରଡ଼ା ଉପସଭାପତି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ବାଦିକ ମାନଙ୍କ ପାଇଁ ସଂଘ କେତେ ଗୁରୁତ୍ୱପୂର୍ଣ୍ଣ ତାହା ନେଇ ଅତିଥି ମାନେ ଆଲୋକପାତ କରିଥିଲେ ।ନୁତନ ଭାବେ ଗଠିତ ହୋଇଥିବା ଉତ୍କଳ ସାମ୍ବାଦିକ ସଂଘ ଆସିକା ଶାଖାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ସର୍ବସମ୍ମତିକ୍ରମେ ସଭାପତି ଭାବେ କ୍ଷିରୋଦ ଚଂଦ୍ର ବେହେରା, ଉପସଭାପତି ଶକ୍ତି ପ୍ରସାଦ କର, ସମ୍ପାଦକ ରତ୍ନାକର ଶିଅ,ସହ ସମ୍ପାଦକ କମଳେନ୍ଦୁ ହୋତା, କୋଷାଧ୍ୟକ୍ଷ ବାଲ୍ମୀକି ବିଷୋୟୀ, ବ୍ଳକ ସଂଯୋଜକ ପ୍ରଶାନ୍ତ କୁମାର ମୁନୀ, ଉପଦେଷ୍ଟା ପ୍ରଦୀପ ପାତ୍ର ଓ ଯୋଗେନ୍ଦ୍ର ପ୍ରଧାନ ନୂତନ ଦାୟିତ୍ଵ ଗ୍ରହଣ କରିଥିଲେ ।ଆସିକାରେ ବହୁ ବରିଷ୍ଠ ସାମ୍ବାଦିକ ଥିବା ବେଳେ ଆଗାମୀ ଦିନରେ ସଂଘ ର ବିଭିନ୍ନ ନିଷ୍ପତ୍ତିରେ ସେମାନଙ୍କ ପରାମର୍ଶ ନେବା ସହିତ ସେମାନଙ୍କୁ ସଂଘ ରେ ସାମିଲ୍ ପାଇଁ ଅନୁରୋଧ କରାଯିବ ବୋଲି ସଭାପତି କ୍ଷୀରୋଦ ବେହେରା ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମନୋଜ ଗୌଡ, ମନୋଜ ସାହୁ,ପିତବାସ ଦାସ ଲୀନା ସ୍ୱାଇଁ, ମନୋଜ ନାୟକ, ରବିନାରାୟଣ ପ୍ରଧାନ, ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


