ଆସିକା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ରତ୍ନପ୍ରଭା ରାଜଯୋଗିନୀ ଦାଦି ପ୍ରକାଶମଣୀଙ୍କ ୧୫ ତମ ଅବ୍ୟକ୍ତ ସ୍ମୃତିଦିବସ ” ବିଶ୍ଵ ବନ୍ଧୁତ୍ୱ ଦିବସ” ରୂପେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆଜି
ଶାନ୍ତି ଶକ୍ତି ଭବନରେ ପ୍ରାତଃକାଳରୁ ଅଖଣ୍ଡ ଯୋଗ ତପସ୍ୟାରେ ଶତାଧିକ ଭଉଣୀ ଭାଇ ବିଶ୍ଵକୁ ଶାନ୍ତିର ଯୋଗଦାନ କରିଥିଲେ l ଏହି ଅବସରରେ ଶାନ୍ତି ଶକ୍ତି ଭଵନରେ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା lଏଥିରେ ମ୍ୟାକମାଇକେଲ ସଂସ୍କୃତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ବିନୀ କୁମାର ଦାସ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ଦାଦି ପ୍ରକାଶମଣି ଙ୍କ ପ୍ରେମ, ମୈତ୍ରୀ, ଶାନ୍ତି ଓ ସଦ୍ଭାବନାର ସନ୍ଦେଶ ବିଶ୍ଵ ବାସୀଙ୍କ ହୃଦୟ ଜିଣିପାରିଥିଲା l ପ୍ରକାଶମଣି ଙ୍କ ନୀରବଛିନ୍ନ ଉଦ୍ୟମ ଫଳରେ ୧୯୮୬ ମସିହାରେ ସଂଯୁକ୍ତ ରାଷ୍ଟ୍ରସଂଘ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ କୁ ଆନ୍ତର୍ଜାତୀୟ ସ୍ତରରେ ନିଜର ଏକମାତ୍ର ସ୍ଵେଚ୍ଛାସେବୀ ସଂଗଠନର ମାନ୍ୟତା ପ୍ରଦାନ କରିବା ସହ ୬ ଥର ଶାନ୍ତି ଦୂତ ଉପାଧି ପ୍ରଦାନ କରିଛି l ଦାଦିଙ୍କ ମାତୃବତ୍ ପ୍ରେମର ବାରିଧାରା ଆଜି ବିଶ୍ୱରେ ୧୪୦ ଦେଶରେ ଆଠ ହଜାର ସେବାକେନ୍ଦ୍ର ମାଧ୍ୟମରେ ପ୍ଳାବିତ ହୋଇ ବିଶ୍ଵବାସୀଙ୍କୁ ଭାତୃଭାବ ଓ ପରମାତ୍ମାଙ୍କ ସୁଖ ଶାନ୍ତିର ଅବିନାଶୀ ଖଜଣାରେ ଭରପୁର କରୁଛି l
ସ୍ନେହ ମିଳନରେ ଅତିଥି ମ୍ୟାକ ମାଇକେଲ୍ ସଂସ୍କୃତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ବିନୀ କୁମାର ଦାସ ପ୍ରକାଶ କରିଥିଲେ ଯେ ଆଜି ମଣିଷ ଭିତରୁ ଆସୁରୀ ସଂସ୍କାର ଦୂର କରିବା ପାଇଁ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ବିଶ୍ୱର ଅଦ୍ବିତୀୟ ସଂଗଠନ l ଏହାର ଶିକ୍ଷା ଆଜି ବିଶ୍ଵ ବାସୀଙ୍କୁ ପ୍ରଭାବିତ କରି ପାରିଛି l ଏହି ଶିକ୍ଷା ସାର୍ବଜନୀନ ହେଲେ ହିଁ ବିଶ୍ଵ ପରିବର୍ତ୍ତନ ସାକାର ହେବ l କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ଉପସ୍ଥିତି ରେ ଦାଦିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ଥିଲା l

