Read Time:38 Second
ଆସିକା ଥାନା ଅନ୍ତର୍ଗତ ଧୋବାଡି ଗ୍ରାମର ତିନି ବର୍ଷର ବାଳକ କୂଅରେ ପଡି ମୂର୍ତ୍ୟୁ ବରଣ କରିଥିବା ଜଣାଯାଇଛି। ଗ୍ରାମର ଯୁଧିଷ୍ଠିର ସେଠୀଙ୍କ ୩ ବର୍ଷର ବାଳକ ଲିପୁନ ତାଙ୍କ ସାଙ୍ଗସାଥୀ ସହ ଖେଳୁଥିବା ଅବସ୍ଥାରେ ଗାଁରେ ଥିବା ଏକ କୂଅକୁ ଗଳି ପଡିଥିବା କୁହାଯାଉଛି।ଗାଁ ଲୋକେ ଅଚେତ ଅବସ୍ଥାରେ କୂଅରୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

