ଜିଲ୍ଲା ପୁନର୍ଗଠନ ବେଳେ ଆସିକା ରେ ଋଷିକୂଲ୍ୟା ଜିଲ୍ଲା ଗଠନ ନ ହେଲେ ଭୋଟ ବର୍ଜନ ନିଷ୍ପତ୍ତି 

ଜିଲ୍ଲା ପୁନର୍ଗଠନ ବେଳେ ଆସିକା ରେ ଋଷିକୂଲ୍ୟା ଜିଲ୍ଲା ଗଠନ ନ ହେଲେ ଭୋଟ ବର୍ଜନ ନିଷ୍ପତ୍ତି 

0 0
Read Time:2 Minute, 49 Second

ଗଞ୍ଜାମ ଜିଲ୍ଲା ର ଜନସାଧାରଣ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ନୂତନ ଋଷିକୂଲ୍ୟା ଜିଲ୍ଲା ଗଠନ ଓ ସଦର ମହକୁମା ଆସିକା ଠାରେ ସ୍ଥାପନ ହେବା ଦାବି ଲଗାତାର ଭାବେ ହୋଇ ଆସିଥିଲେ ମଧ୍ୟ ରାଜ୍ୟ ସରକାର ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଜନସାଧାରଣଙ୍କ ଭାବାବେଗ କୁ ଉପସ୍ଥାପନ କରିବା ନେଇ ଆଜି ଓକିଲ ସଂଘ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆସିକା ଓକିଲ ସଂଘ ର ସଭାପତି ତଥା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଶର୍ମା ରାଜ୍ୟ ସରକାର ତୁରନ୍ତ  ଆସିକା ଅଞ୍ଚଳ ବାସୀ ଙ୍କ ଏହି ଦୀର୍ଘଦିନ ର ଦାବୀ ପୂରଣ କରିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ।ଆସିକା ରାଜ୍ୟ ଓ ଜିଲ୍ଲା ର ଏକ ପୁରାତନ ସହର ଓ ଲୋକସଭା ନିର୍ବାଚନ ମଣ୍ଡଳୀ।ଗମନା ଗମନ ଦୁଷ୍ଟି କୋଣରୁ ନିକଟବର୍ତୀ ଆଠ ଟି ବ୍ଲକ ର କେନ୍ଦ୍ର ସ୍ଥଳି ହୋଇଥିବାରୁ ଋଷୁକୁଲ୍ୟ ଜିଲ୍ଲା ଗଠନ ସହ ଆସିକା ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିଲେ ଜନସାଧାରଣ ଉପଯୁକ୍ତ ସେବା ପାଇବାରେ ସୁବିଧା ଓ ସୁଗମହେବ l ଋଷୁକୁଲ୍ୟ ଜିଲ୍ଲା ଗଠନ ଦାବି ୧୯୯୨ ମସିହା ରୁ ଆସିକା ଓକିଲ ସଙ୍ଘ ଦ୍ୱାରା ଆରମ୍ଭ ହୋଇ ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବିଭିନ୍ନ ସ୍ତର ରେ ସରକାର ଙ୍କ  ସହ ବାର୍ତ୍ତାଳାପ ଓ ଆଲୋଚନା ତଥା ବିଭିନ୍ନ କାର୍ଯ୍ୟକ୍ରମ ନେଇ ହୋଇ ଥିବା ଚିଠି ଉଲେଖ କରିଥିଲେ l ଆସିକା ରେ ଋଷୁକୁଲ୍ୟ ଜିଲ୍ଲା ର ମୁଖ୍ୟ କାର୍ଯ୍ୟାଳୟ କଲେ ଆସିକା ତହସିଲ ରେ ଏବଂ ପ୍ରସ୍ତାବିତ ଅଞ୍ଚଳ ରୁ ସରକାରଙ୍କ ଯେଉଁ ରାଜସ୍ବ ଖଜଣା ଆଦାୟ ହେଉଛି  ସେଥିରେ ଜିଲ୍ଲା ଚଳାଇବା ସକ୍ଷମ ହେବ ଏବଂ ସରକାରଙ୍କୁ ଆର୍ଥିକ ବୋଝ ପଡ଼ିବନି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ।ଜିଲ୍ଲା ପୁନଃ ଗଠନ ସମୟରେ ସମସ୍ତ ସର୍ତ୍ତ ପୂରଣ କରୁଥିବା ଋଷିକୁଲ୍ୟା ଜିଲ୍ଲା ଗଠନ ରୁ ବଞ୍ଚିତ ହେଲେ   ପ୍ରସ୍ତାବିତ ଜିଲ୍ଲା ଅଞ୍ଚଳ ରେ ଜନ ଜାଗରଣ ସୃଷ୍ଟି କରି ଆସନ୍ତା ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ ରାଜ୍ୟ ସରକାରଙ୍କୁ ସତର୍କ କରାଇଥିଲେ।ଓକିଲ ସଙ୍ଘର ସମ୍ପାଦକ ନାରାୟଣ ମୁନି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ସ୍ପେଶାଲ୍ ରିପୋର୍ଟ