ଆସିକା ମକୁନ୍ଦପୁର ସ୍ବପନେଶ୍ୱର ମନ୍ଦିର ଠାରେ ଗଞ୍ଜାମ ଜିଲ୍ଲା କୁକୁଡା ଫାର୍ମ ମାଲିକ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାର ୨୨ଟି ବ୍ଲକରୁ କୁକୁଡା
ଫାର୍ମ ମାଲିକ ମାନେ ଯୋଗ ଦେଇଥିଲେ। ରାଜ୍ୟ କୁକୁଡା ଫାର୍ମ ମାଲିକ ସଂଘର ସଂଯୋଜକ ନିଳାଞ୍ଚଳ ପରିଡା ସଂଯୋଜନା ଅନୁଷ୍ଠିତ ବୈଠକରେ କୁକୁଡା ଚାଷୀ ପଞ୍ଜୀକରଣ ,
କୁକୁଡା ଦାନାର ଗୁଣାତ୍ମକ ମୂଲ୍ୟ, ସ୍ବତନ୍ତ୍ର କୁକୁଡା ଦାନା ଲ୍ୟାବ, ଫାର୍ମର ବୀମା ପ୍ରଦାନ କରିବା ଏବଂ କମ୍ପାନୀର ଚାଷୀ ଶୋଷଣ ନିତୀ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ବିଶେଷକରି କୁକୁଡା ଚାଷୀଙ୍କ ପ୍ରତି କମ୍ପାନୀର ଅବହେଳା ନୀତି, ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ଲାଭାଂଶଂ ଅର୍ଥାତ ଗ୍ରୋଇଙ୍ଗ ଚାର୍ଜର ପରିବର୍ତ୍ତନ କରିବା,କମ୍ପାନୀର ନିମ୍ନମାନର ଦାନା ଓ ଛୁଆ ବିତରଣ ନୀତି, ତସୁର ଅହେତୁକ ଦର ବୃଦ୍ଧି ନେଇ ଆଲୋଚନା କରାଯାଇଥିଲା। ଏହା ସହିତ ଅଲ ଓଡିଶା କୁକୁଡା ଫାର୍ମ ମହାସଂଘ ଗଠନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।
ଏନେଇ ଜିଲ୍ଲାପାଳ ତଥା ସ୍ଥାନୀୟ ପ୍ରଶାସନ ତହସିଲଦାରଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯିବା ନିଷ୍ପତ୍ତି ହୋଇଥିଲା। ବୈଠକରେ ସନ୍ତୋଷ କୁମାର ପଣ୍ଡା,ବିଜିୟ କୁମାର ଗୌଡ଼, ଶ୍ରୀନିବାସ ରେଡି, ହୃଷିକେଶ ବଢେଇ, ସୁଶାନ୍ତ ମଣ୍ଡଳ ପ୍ରମୂଖ ଯୋଗ ଦେଇଥିଲେ ।


