ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ସ୍ଥାୟୀ ପଟ୍ଟା ପ୍ରଦାନ

ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ସ୍ଥାୟୀ ପଟ୍ଟା ପ୍ରଦାନ

0 0
Read Time:1 Minute, 56 Second


ଧରାକୋଟ,11/9/26
ଦୀର୍ଘଦିନ ର ପ୍ରଚେଷ୍ଟା ପରେ ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ରାଜସ୍ୱ ବିଭାଗ ତରଫରୁ ଧରାକୋଟ ତହସିଲ ଅଧିନସ୍ଥ ଧରାକୋଟ ରାଜସ୍ୱ ସର୍କଲ ଅଧିନସ୍ଥ ଆମ୍ବଡାବଣ ହିଲ ମୌଜାରୁ ଦଶ ଏକରର ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହି ଅବସରରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ,ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ଓଡିଆ ଅଧ୍ୟାପକ କୁରେଶୁ ମହାରଣା ଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଥିଲା। ସଂପ୍ରତି ସ୍ନାତକ ମହାବିଦ୍ୟାଳୟ ର ନୂତନ କ୍ୟାମ୍ପସ ର ଭିତ୍ତିଭୂମି ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଥିବାରୁ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଖୁସି ସଞ୍ଚାର ହୋଇଛି। ଏହା ପରେ ନିର୍ବାଚନ ସାକ୍ଷରତା କର୍ମଶାଳା କରାଯାଇ ନୂତନ ଯୁବ ଛାତ୍ର ଛାତ୍ରୀ ତଥା ଭୋଟର ମନଙ୍କୁ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରିବା ନେଇ ସଚେତନ କରାଯାଇଥିଲା । ମୁଣ୍ଡ ମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମଧ୍ୟ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଙ୍କ ତତ୍ୱାବଧାନ ରେ ନିର୍ବାଚନ ସାକ୍ଷରତା କର୍ମଶାଳା ଆୟୋଜନ କରାଯାଇଥିଲା । କର୍ମଶାଳା ଉପଲକ୍ଷେ ଆୟୋଜିତ କୁଇଜ, ବତ୍କୃତା ଓ ରଚନା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଲତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍