ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୨୦୦୮ ମସିହା ପରବର୍ତ୍ତୀ ଅଧ୍ୟାପକ ଏବଂ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରି କଳାଦିବସ ପାଳନ କରିଛନ୍ତି ଏବଂ ଚାକିରିର ଅନିୟମିତତାକୁ ନେଇ ଓଡ଼ିଶା ସରକାରଙ୍କ ନିକଟରେ ଅସନ୍ତୋଷ ଜାହିର କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନା ତଥା କାର୍ଯ୍ୟାବଳୀକୁ ମାନ୍ୟତା ଦେଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗଢ଼ି ତୋଳୁଥିବା ଏବଂ ସମସ୍ତ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରୁଥିବା ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ଚାକିରି କ୍ଷେତ୍ରରେ ଅଦ୍ୟାବଧି ନିୟମିତତା ହୋଇପାରିନାହିଁ। ଆଜି ସୁଦ୍ଧା ସେମାନେ କଲେଜ ପରିଚାଳନା କମିଟି ଦ୍ବାରା ପ୍ରାପ୍ୟ ସ୍ବଳ୍ପ ମିଆଦିରେ ସମସ୍ତ କାର୍ଯ୍ୟ ତଥା ଦାଇତ୍ବ ତୁଲାଇ ଆସୁଛନ୍ତି। ଦୀର୍ଘ ୧୪ ବର୍ଷ ଧରି ଏହି କର୍ମଚାରୀମାନେ ଅତୀବ ଦୁଃଖଦ ପରିସ୍ଥିତିରେ କାଳାତିପାତ କରୁଛନ୍ତି, ହେଲେ ଏମାନଙ୍କ ଏତାଦୃଶ୍ୟକୁ ଓଡ଼ିଶା ସରକାର କର୍ଣ୍ଣପାତ କରୁନାହାଁନ୍ତି। ଚାକିରି କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାଳକ୍ଷେପଣ ନିତୀ ତଥା ପାତରଅନ୍ତର ପ୍ରକ୍ରିୟାକୁ କଲେଜ ଛାତ୍ରଛାତ୍ରୀମାନଙ୍କ ଅବିଭାବକ ମହଲରେ ମଧ୍ୟ ଅସନ୍ତୋଷର ଗୁଞ୍ଜରଣ ସୃଷ୍ଟି ହେଉଛି। ସମାନ କାମକୁ ସମାନ ଦରମା ନ ମିଳିଲେ ଅଧ୍ୟାପକ ତଥା କର୍ମଚାରୀ ମାନେ ଏହି କଳାଦିବସକୁ ଆଗାମୀ ଦିନରେ ତୀବ୍ରତର କରିବେ ବୋଲି ଯୁକ୍ତି ବାଢ଼ିଛନ୍ତି। ଏମାନଙ୍କ ଜୀବନର ବିଷମ ପରିସ୍ଥିତିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଣି ପାରୁନାହାଁନ୍ତି ବୋଲି ଅନେକ କର୍ମଚାରୀ କ୍ଷୋବ ପ୍ରକାଶ କରି କହିଥିଲେ। ଏହି ଆନ୍ଦୋଳନରେ କଲେଜର ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ତଥା ପ୍ରଯୁକ୍ତି ବିଜ୍ଞାନ ଅଧ୍ୟାପକ ସରୋଜ କୁମାର ପଣ୍ଡାଙ୍କ ସହ ଅନ୍ୟ କର୍ମଚାରୀମାନେ ଦେଇଥିଲେ।
ଆସିକା ବିଜ୍ଞାନ ମହାହିଦ୍ୟାଳୟରେ ପରିଚାଳନା କମିଟି ଅଧ୍ୟାପକ ଏବଂ କର୍ମଚାରୀଙ୍କ ବ୍ଳାକ୍ ବ୍ୟାଜ୍ ପରିଧାନ ଏବଂ କଳାଦିବସ ପାଳନ।
Read Time:2 Minute, 15 Second

