ଆନ୍ଦୋଳନ ପାଇଁ ଡ୍ରାଇଭର ମହାସଂଘର ପ୍ରସ୍ତୁତି ବୈଠକ……………………………ରାଜ୍ୟ ଡ୍ରାଇଭର ମହାସଂଘର ଡ଼ାକରା ଅନୁଯାୟୀ ଆସନ୍ତା ମାର୍ଚ୍ଚ 15 ତାରିଖ ଦିନ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ଧରାକୋଟ ବ୍ଲକ ସଂଘ ସାମିଲ ହେବାକୁ ନିଷ୍ପତି ଗ୍ରହଣ କରିଛି । ବ୍ଲକ ସଭାପତି ସୁରେଶ କୁମାର ସିଂହ, ସମ୍ପାଦକ ପ୍ରଭାକର ମୁନି ଙ୍କ ଡାକରାରେ ଏହି ଅବସରରେ ଆଜି ରଥପଦା ଠାରେ ଗୋଟିଏ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶ ଗୋଟି ସର୍ବନିମ୍ନ ମୌଳିକ ଦାବୀ ପୂରଣ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ଯୋଗୁଁ ଆସନ୍ତା ବୁଧବାର ଦିନ ବ୍ଲକ ପରିସୀମା ମଧ୍ୟରେ ଥିବା ଧରାକୋଟ ବ୍ରିଜ, ମୁକ୍ତେଶ୍ଵର ମନ୍ଦିର ଛକ, ଢ଼ଉଗାଁ ଛକ ଓ ମାଣିକପୁର ଛକରେ ଧାରଣା ଦିଆଯିବ। ଏହି ସମୟରେ ଆମ୍ବୁଲାନ୍ସ,ପୋଲିସ,ମିଡ଼ିଆ ଓ ଅନ୍ୟ ଜରୁରୀ କାଳୀନ ସେବା କୁ ବାଦ ଦେଲେ ସମସ୍ତ ଯାତାୟାତ ବନ୍ଦ ରହିବାର ପ୍ରସ୍ତାବ ରଖିବାକୁ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପୋଲିସ, ବ୍ଲକ,ତହସିଲ ପ୍ରଶାସନକୁ ଅବଗତ କରାଇ ଦିଆ ଯାଇଥିବା ସଂଘ ପକ୍ଷରୁସଭାପତି ପ୍ରକାଶ କରିଥିଲେ।

ଆନ୍ଦୋଳନ ପାଇଁ ଡ୍ରାଇଭର ମହାସଂଘର ପ୍ରସ୍ତୁତି ବୈଠକ
……………………………
ରାଜ୍ୟ ଡ୍ରାଇଭର ମହାସଂଘର ଡ଼ାକରା ଅନୁଯାୟୀ ଆସନ୍ତା ମାର୍ଚ୍ଚ 15 ତାରିଖ ଦିନ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ଧରାକୋଟ ବ୍ଲକ ସଂଘ ସାମିଲ ହେବାକୁ ନିଷ୍ପତି ଗ୍ରହଣ କରିଛି । ବ୍ଲକ ସଭାପତି ସୁରେଶ କୁମାର ସିଂହ, ସମ୍ପାଦକ ପ୍ରଭାକର ମୁନି ଙ୍କ ଡାକରାରେ ଏହି ଅବସରରେ ଆଜି ରଥପଦା ଠାରେ ଗୋଟିଏ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶ ଗୋଟି ସର୍ବନିମ୍ନ ମୌଳିକ ଦାବୀ ପୂରଣ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ଯୋଗୁଁ ଆସନ୍ତା ବୁଧବାର ଦିନ ବ୍ଲକ ପରିସୀମା ମଧ୍ୟରେ ଥିବା ଧରାକୋଟ ବ୍ରିଜ, ମୁକ୍ତେଶ୍ଵର ମନ୍ଦିର ଛକ, ଢ଼ଉଗାଁ ଛକ ଓ ମାଣିକପୁର ଛକରେ ଧାରଣା ଦିଆଯିବ। ଏହି ସମୟରେ ଆମ୍ବୁଲାନ୍ସ,ପୋଲିସ,ମିଡ଼ିଆ ଓ ଅନ୍ୟ ଜରୁରୀ କାଳୀନ ସେବା କୁ ବାଦ ଦେଲେ ସମସ୍ତ ଯାତାୟାତ ବନ୍ଦ ରହିବାର ପ୍ରସ୍ତାବ ରଖିବାକୁ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପୋଲିସ, ବ୍ଲକ,ତହସିଲ ପ୍ରଶାସନକୁ ଅବଗତ କରାଇ ଦିଆ ଯାଇଥିବା ସଂଘ ପକ୍ଷରୁସଭାପତି ପ୍ରକାଶ କରିଥିଲେ।