ଆସିକାରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଆସିକାରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ

0 0
Read Time:1 Minute, 19 Second

ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୨୬୭ ଗୋଟି ଅଭିଯୋଗର ଉଭୟ ଅଧିକାରୀ ଶୁଣାଣୀ କରିଥିଲେ।ସଙ୍ଗେ ସଙ୍ଗେ ୨୪ ଗୋଟି ମାମଲା ଶୁଣାଣି କରିଥିଲେ।ରେଡ଼କ୍ରସରୁ ୪ଜଣଙ୍କୁ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଭିନ୍ନକ୍ଷମ ୧୦ ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ଭିଲଚେର ଦିଆଯାଇଛି।ସେହିଭଳି ବିଭିନ୍ନ ଭତ୍ତା ବାବଦରେ ୨୩ ଜଣଙ୍କୁ ସ୍ୱୀକୃତି ପ୍ରଦାନପତ୍ର ଦିଆଯାଇଥିଲା।ଆସିକା ବିଧାୟକ ସରୋଜ ପାଢ଼ୀ ଭତ୍ତା ବଣ୍ଟନ କରିଥିଲେ।ଆସିକା ବିଡିଓ ଙ୍କ ସଂଯୋଜନାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଏହି ଜନ ଶୁଣାଣୀ ରେ ଅଂଶ ଗ୍ରହଣ କରିଥିଲେ।


Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍