ନ୍ୟାୟ ଦାବିରେ ପ୍ରେମିକ ର ଘର ଆଗରେ ପ୍ରେମିକାର ଧାରଣା

ନ୍ୟାୟ ଦାବିରେ ପ୍ରେମିକ ର ଘର ଆଗରେ ପ୍ରେମିକାର ଧାରଣା

0 0
Read Time:1 Minute, 44 Second

ପ୍ରେମ, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ସହ ପ୍ରମିକା କୁ ଧୋକା ଦେବା ଘଟଣା ଦିନକୁ ଦିନ ସମାଜରେ ବୃଦ୍ଧି ପାଇବାରେ ଲାଗିଛି l କେହୁଠି ପ୍ରେମିକା ନ୍ୟାୟ ଦାବିରେ ଆଇନ ର ଆଶ୍ରୟ ନେଉଛନ୍ତି ତ କେହୁଠାରେ ପ୍ରେମିକା କିଛି ଉପାୟ ନପାଇ ପ୍ରେମିକ ର ଘର ଆଗରେ ଧାରଣା ଦେଉଥିବା ଦେଖିବାକୁ ମିଳୁଛି l ସେହିଭଳି ଆଜି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମର ନୃସିଂହ ମନ୍ଦିର ସାହିରେ l ସାହିର ନରସିଂହ ପ୍ରଧାନ ଙ୍କ ଘର ଆଗରେ ନ୍ୟାୟଦବୀରେ ଯାଜପୁର ଜିଲ୍ଲା ଶାସନପଡା ଗ୍ରାମର ଗୀତା ମଲ୍ଲିକ ଧାରଣା ବସିଛନ୍ତି l ଏକ ବର୍ଷ ତଳେ ଉଭୟ ତାମିଲନାଡୁ ପରମେଶ୍ୱର ପଲ୍ଲିମ ରେ ଟେଇଲରିଙ୍ଗ କାମ କରୁଥିଲେ l ସେଠାରେ ଉଭୟ ଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା l ନରସିଂହ ଗୀତା ଙ୍କୁ ବିବାହ ପ୍ରତିଶୃତି ଦେଇ ବହୁ ବାର ସାରୀରିକ ସମ୍ପର୍କ ରଖିଥିବା ବେଳେ ଗତ ଏକ ମାସ ହେବ ନରସିଂହ ତାଙ୍କ ଫୋନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ଗୀତା l ସେପଟେ ପ୍ରେମିକ ତାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ କରୁଥିବା ଖବର ପାଇବା ପରେ ପ୍ରମିକା ନ୍ୟାୟ ଦାବିରେ ପ୍ରେମିକ ର ଘର ଆଗରେ ବସିଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି l 

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍