Read Time:1 Minute, 1 Second
ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଥାନା ଅନ୍ତର୍ଗତ , ବେରୁଆଁବାଡି ଗାଁ ରେ ଅଗ୍ନିକାଣ୍ଡ । ୪ ଟି ପରିବାର ର ୪ ବଖରା ପୋଡ଼ି , ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବରପାଇ ଭଂଜନଗର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ଅଗ୍ନିକାଣ୍ଡରେ ପ୍ରକୃତ କାରଣ ଜଣା ପଡିନଥିବା ବେଳେ , ଚୁଲି ନିଆଁ ରୁ ଅଗ୍ନିକାଣ୍ଡ ଘଟିଥିବା , ସନ୍ଦେହ କରାଯାଉଛି । କ୍ଷତିଗ୍ରସ୍ତ ପରିବାରଙ୍କ ମଧ୍ୟରେ ପଞ୍ଚୁ ଗୈାଡ , ସନ୍ତୋଷ ଗୈାଡ , ଶୁଶାନ୍ତ ଗୈାଡ ଏବଂ ଅରୁଣ ଗୈାଡ ଙ୍କ ବହୁ ପରିମାଣର ଆସବାବ ପତ୍ର , ଘରୋଇ ଉପକରଣ ଓ କୃଷି ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ସମସ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ , ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

