ଗୃହିଣୀଙ୍କ ଦ୍ଵାରା ମେଗା ହାଉସୀ ହାଙ୍ଗାମା କାର୍ଯ୍ୟକ୍ରମ 

ଗୃହିଣୀଙ୍କ ଦ୍ଵାରା ମେଗା ହାଉସୀ ହାଙ୍ଗାମା କାର୍ଯ୍ୟକ୍ରମ 

2 0
Read Time:1 Minute, 18 Second

ଆସିକାର ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ମେଗା ହାଉସୀ ହାଙ୍ଗାମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପବିତ୍ରା ପାତ୍ର ଓ ସ୍ୱରୂପା ସେନାପତି ଙ୍କ ଆବାହନ ରେ  ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା  ବିନେତା ସ୍ବାଇଁ ଯୋଗ ଦେଇ ଥିଲେ । ଗୃହିଣୀ ମାନଙ୍କ ମନୋରଞ୍ଜନ କରିବା ବ୍ୟତୀତ ନୂତନ ସମ୍ପର୍କ ସୃଷ୍ଟି କରିବା ଲକ୍ଷରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳା ମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା।ଏହି ଅବସରରେ ନାଚ ଗୀତ ଏବଂ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ କୃତୀ ପ୍ରତିଯୋଗିତା ମାନଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା ।  ଆଗାମୀ ଦିନରେ ଏହି ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ କୁ  ହାତକୁ ନେବା ସହ ସଂଗଠନ କୁ ବ୍ୟାପକ କରିବା ସହ ସାମାଜିକ ଦାଇତ୍ୱ ତୁଲାଇବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷା  ଶ୍ରୀମତୀ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି ।

Happy
Happy
50 %
Sad
Sad
0 %
Excited
Excited
50 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ପେଶାଲ୍ ରିପୋର୍ଟ