ଆସିକା ଜେସିଆଇ ତରଫରୁ ପ୍ଲାଷ୍ଟିକ୍ ବର୍ଜନ ଏବଂ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା। ଏଥିରେ ଆସିକା ସୁଗାର ଟାଉନ ଜେସିସ ର ସଭାପତି ଜେସି ଟି ସିଦ୍ଧାର୍ଥ ସୁବୁଦ୍ଧିଙ୍କ ସଂଯୋଜନାରେ କ୍ଲବର ସଭ୍ୟ ଏବଂ ଆସିକା ବାଣିଜ୍ୟ ସଂଘ ର ସଭାପତି ଅରୁଣ କୁମାର ଗୁପ୍ତା ଙ୍କ ଦ୍ଵାରା ଏହି ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା।ପ୍ରକଳ୍ପ ଅଧିକାରୀ ଜେସି ଏ.ଶିବଶଙ୍କରଙ୍କ ତତ୍ୱବାଧାନରେ,ଏଥିରେ ପୂର୍ବତନ ସଭାପତି ଅନିଲ କୁମାର ପୁଷ୍ଟି, ସନ୍ତୋଷ ପାତ୍ର, ଜିତେନ୍ଦ୍ର କୁମାର ପାତ୍ର,ସଞ୍ଜୟ କୁମାର ପାତ୍ର, କିରଣ କୁମାର ପାଢ଼ୀ, ରାଜା ପାତ୍ର, କେ ସତ୍ୟ ନାରାୟଣ ପାତ୍ର ଙ୍କ ସମେତ ସଭ୍ୟ ସାନ୍ତନୁ ରଣା, ପ୍ରଦୀପ କୁମାର ସାହୁ, ବସନ୍ତ କୁମାର ଭଞ୍ଜ, ଦେବାଶିଷ ପଣ୍ଡା, ବି ଶିବ ଶଙ୍କର ପାତ୍ର, ଏସ୍ ବିଶେଷ ପୁଷ୍ଟି, ପ୍ରତୀକ ଆଚାରୀ ସମେତ ଯୋଗ ଦେଇ ଲୋକଙ୍କୁ ସଚେତନ କରାଇଥିଲେ।

