ଆସିକାରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଆସିକାରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ

0 0
Read Time:2 Minute, 15 Second

ଆସିକା

ପବିତ୍ର ମାର୍ଗଶିର ମାସ ମାଣବସା ଗୁରୁବାର ଉପଲକ୍ଷେ ଆସିକାର ବିଭିନ୍ନ ସାହି, ଗ୍ରାମ ମାନଙ୍କରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଆସିକା ବିଜ୍ଞାପିତ ଅଂଚଳ ପରିଷଦ ର ବିରବାଜୀରାଉତ ନଗର, ଓଡ଼ିଆ ସାହି, ମହାତ୍ମାଗାନ୍ଧୀ ରୋଡ, ବଜାର ର ପରିବା ମାର୍କେଟ,ଲକ୍ଷ୍ମୀ ବଜାର ରେ, ରଘୁନାଥ ନଗର, ମକୁନ୍ଦପୁର ଆଦି ଅନେକ ସ୍ଥାନରେ ଧୁମ ଧାମ ରେ ଆନ୍ଦନ ଉଲ୍ଲାସ ରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଆଜି ପ୍ରାତଃ ସମୟରୁ କମିଟି ସଦସ୍ୟ ଓ ମହିଳା ମାନେ ଏକତ୍ରିତ ହୋଇ ଋଷିକୂଲ୍ୟା ନଦୀ ରୁ ଗଙ୍ଗା ନିମନ୍ତ୍ରଣ, କରି ମଣ୍ଡପ ରେ ବିଜେ କରିଥିଲେ l ଶାସ୍ତ୍ରୀୟ ପଣ୍ଡିତ ମାନଙ୍କ ଦ୍ୱାରା ମୁଣ୍ମୟୀ ମୂର୍ତ୍ତି ନିକଟରେ ବରୁଣ ପୂଜା, ସ୍ବସ୍ତି ବାଚନ, ସଂକଳ୍ପ, ମାତୃପୂଜା, ଗ୍ରହ ପୂଜା, ଦିଗପାଳ ପୂଜା, ପୀଠ ପୂଜା, ସୂର୍ଯ୍ୟ ପୂଜା,ମୁଣ୍ମୟୀ ମୂର୍ତ୍ତି ଙ୍କ ର ଜୀବ ନ୍ୟାସ, ଷୋଡଶ ଉପଚାର ପୂଜା,ହବନ, ଆରତୀ, ପୁଷ୍ପାଞ୍ଜଳି, ପ୍ରସାଦ ବ୍ୟବସ୍ତା ହୋଇଥିଲା l ଏହି ପୂଜା ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଯଥା ରୀତି ନୀତି ରେ ପୂଜା ଅନୁଷ୍ଠିତ ହେବ l ସଂଧ୍ୟା ସମୟରେ ପୂଜା ମଣ୍ଡପ ଆଗରେ ବିଭିନ୍ନ ଦିବସ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି l ମହାଲକ୍ଷ୍ମୀ ମେଡ଼ ଦେଖିବାକୁ ଅନେକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି l ଅଞ୍ଚଳ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଛି l ଏହି ପୂଜା କାର୍ଯ୍ୟକ୍ରମ ରେ ସାହି ସଭାପତି ସୁଶାନ୍ତ କୁମାର ସାହୁ, ସୁଶୀଲ ସାହୁ,ସୁରେନ୍ଦ୍ର ବିଷୋୟୀ, ଅସିତ ବିଷୋୟୀ, ଅଶୋକ ବିଷୋୟୀ, ରାମଚନ୍ଦ୍ର ସାହୁ, ନରେଶ ବିଷୋୟୀ,ଅଭିରାମ ପଟନାୟକ, ମନୋଜ ସ୍ୱାଇଁ, ପ୍ରମୁଖ ସହଯୋଗ କରିଛନ୍ତି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍