ଜମି ବିବାଦରୁ ମରଣାନ୍ତକ ଆକ୍ରମଣ

ଜମି ବିବାଦରୁ ମରଣାନ୍ତକ ଆକ୍ରମଣ

0 0
Read Time:1 Minute, 11 Second

ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମି ବିବାଦ  ଉଗ୍ର ରୂପ ନେଇଛି। ସାଇକେଲ ଚେନ ପଞ୍ଝା  ଓ ଛୁରା ମାଡ଼ର ଗୋଟିଏ ପରିବାରର 3 ଜଣ ଗୁରୁତର ହୋଇ ଆସିକା ଉପଖଣ୍ଡ ଚିକିତ୍ସାଳୟରେ  ଭର୍ତ୍ତି ହୋଇଛନ୍ତି। ଆହାତ ସୁବାସ ଗୌଡ଼(40),କାଶୀନାଥ ଗୌଡ଼(70) ଓ ରେଣୁକା ଗୌଡ଼(30) ଚିକିତ୍ସାଧିନ ହେଉଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ଉକ୍ତ ଗ୍ରାମର କାଶୀନାଥ ଗୌଡ଼ ଓ ତାଙ୍କର ବଡ ଭାଇ ଙ୍କ ପାରିବାରିକ ବିବାଦ ହେଉଛି ଜମିକୁ ନେଇ। ବଡ଼ ଭାଇ ନି ସନ୍ତାନ ଥିବାରୁ ସେ ଅନ୍ୟ ଜଣକୁ ଦତ୍ତ ପୁତ୍ର କରିଛନ୍ତି। ଏହାକୁ ନେଇ ଜମିର ଭାଗବଣ୍ଟା  ବିବାଦ ରହିଥିଲା । ଆଜି ହଟାତ ଏହି ଏକଥାକୁ କେନ୍ଦ୍ରକରି କଥା କଟାକଟି ହେବାପରେ ଏ ଅଘଟଣ ଘଟିଛି। ପୋଲିସ ଶବିଶେଷ ତଦନ୍ତ କରି ଆକ୍ରମଣକାରିଙ୍କୁ ଅଟକ ରଖିଥିବା କୁହାଯାଉଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍