Read Time:1 Minute, 42 Second
ସତ୍ୟସାଇ ବାବା ଙ୍କ ୯୭ ତମ ଜୟନ୍ତୀ ବୁଧବାର ଦିନ ନିରାଡମ୍ବର ଭାବେ ପାଳିତ ହୋଇଛି। ସ୍ଥାନୀୟ ସତ୍ୟ ସାଇ ସେବା ସମିତି ପକ୍ଷରୁ ଏହି ଅବସରରେ ରେ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳୁ ଓମ୍ କାର ମନ୍ତ୍ର, ସୁପ୍ରଭାତମ ଉଚ୍ଚାରଣ, ଭଜନ ଅନୁଷ୍ଟିତ ହୋଇଥିଲା। ଆବାହକ ବିଦ୍ୟାଧର ରାଉତ ଙ୍କ ସଂଯୋଜନାରେ ମନୋଜ କୁମାର ଦାସ, ଗଙ୍ଗଧର ଗଉଡ, ,ଭବାନୀ ପଟନାୟକ, ପ୍ରମୁଖ ଅଂଶ ଗ୍ରହଣ କରି ଭଜନ ଓ ସତସଙ୍ଗ କରିଥିଲେ । ସେହିପରି ସୁନା ମୁହି, ବେଣିଆ ଗ୍ରାମ ରେ ଭଜନ ମଣ୍ଡଳୀ ପକ୍ଷରୁ ମଧ୍ୟ ସ୍ଵତନ୍ତ୍ର ଭାବେ ଏହା ଆୟୋଜିତ ହୋଇଛି।ସୁନା ମୁହି ରେ ଗୋପାଳ କୃଷ୍ଣ ଜେନା ଙ୍କ ସଂଯୋଜନାରେ ପୂର୍ବତନ ଆବାହକ ତଥା ବରିଷ୍ଟ ସଭ୍ୟ ଅଜିତ କୁମାର ପଟ୍ଟନାୟକ ଙ୍କ ଦ୍ଵାରା ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ କରାଯାଇଥିଲା। ସମିତି ର ଭକ୍ତ ଓ ସଭ୍ୟ ମାନେ ନାରାୟଣ ସେବା କରି ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ। ଛୋଟ ପିଲମାନଙ୍କ ନିମନ୍ତେ ବାଳ ପ୍ରସାଦ ସେବନ କୁ ସରୋଜ, ବିଭୁ, ଦୟା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ବେଣିଆ ଗ୍ରାମ ରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅବହାକ ମଙ୍ଗଳୁ ବାବୁ ଙ୍କ ସଂଯୋଜନାରେ ଶ୍ରୀ ପଟ୍ଟନାୟଙ୍କ ସମେତ ବହୁ ସଭ୍ୟ ଓ ଭକ୍ତ ଅଂଶ ଗ୍ରହଣ କରି ଭଜନ ସହ ସତ ସଙ୍ଗ ଅନୁଷ୍ଠିତ ହୋଇଥିଲା
Happy
0
0 %
Sad
0
0 %
Excited
0
0 %
Sleepy
0
0 %
Angry
0
0 %
Surprise
0
0 %