ଧରାକୋଟ ରେ ଗୋପାଳ ସମାଜ ର ନନ୍ଦ ଉତ୍ସବ ପାଳନ।

ଧରାକୋଟ ରେ ଗୋପାଳ ସମାଜ ର ନନ୍ଦ ଉତ୍ସବ ପାଳନ।

0 0
Read Time:3 Minute, 24 Second

ଧରାକୋଟ ତାଲୁକା ୧୬ ଖଣ୍ଡ ଗୋପାଳ ସମାଜ ତରଫରୁ ନନ୍ଦ ଉତ୍ସବ ମହାସମାରୋହ ସହ ଦୁଇଟି ଭିନ୍ନ ଭିନ୍ନ ସ୍ଥାନ ଯଥା ଢ୍ଉଗାଁ ପଞ୍ଚାୟତ ଅନ୍ତର୍ଗତ ପଙ୍କଳବାଡି ଗ୍ରାମ ଏବଂ ଜଗମୋହନ ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ଵର ପିଠରେ ପୃଥକ୍ ପୃଥକ୍ ଭାବେ ପାଳନ ହୋଇଯାଇଛି। ପଙ୍କଳବାଡି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଲୁକା ସଭାପତି ଅଗାଡି ଗୈାଡ ସଭାପତିତ୍ବରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ,ସରପଞ୍ଚ ମନୁପାତ୍ର, ବ୍ଲକ ଉପାଧ୍ୟକ୍ଷ ମନୋଜ ସାହୁ, ଜିଲ୍ଲା ସଭାପତି କାଳି ଚରଣ ଗୈାଡ, କାର୍ଯ୍ୟ କାରୀ ସଭାପତି ପର୍ଶୁରାମ ଗୈାଡ, ଉପସଭାପତି ଯୋଗେନ୍ଦ୍ର ଗୈାଡ, ଥାନା ଅଧିକାରୀ ଉମାକାନ୍ତ ସାହୁ,ଉପସ୍ଥିତ ରହିଥିବା ବେଳେ ବିଜେଡ଼ି ବ୍ଲକ ସଭାପତି ସଂଜୟ ପାତ୍ର କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ। ମୁନି ସମାଜ ତରଫରୁ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାବେଳେ ମେଟ୍ରିକ୍ ପରୀକ୍ଷା କୃତ କାର୍ଯ୍ୟ ହୋଇଥିବା ଗୋପାଳ ସମାଜ ର ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ମୁକ୍ତେଶ୍ଵର ପିଠରେ ଧରାକୋଟ ତାଲୁକା ସଭାପତି ଶତୃଘ୍ନ ଗୈାଡ, ସଭାପତିତ୍ବ କରିଥିବାବେଳେ ମୂଖ୍ୟ ଅତିଥି ରୂପେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ଜଗମୋହନ ସରପଞ୍ଚ ପ୍ରତିନିଧି ପ୍ରମୋଦ କୁମାର ମହାରଣା,ଜାହାଡା ସରପଞ୍ଚ ସତ୍ୟବାଦୀ ସ୍ବାଇଁ,ଓଳମ୍ବା ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ଗୈାଡ, ଜିଲ୍ଲା ସଭାପତି ନନ୍ଦ କିଶୋର ମାହାଁକୁଡ ,ଯୋଗ ଦେଇଥିବା ବେଳେ ତାଲୁକା ସଂପାଦକ ବୁଲୁ ଗୈାଡ, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶେଷ ପର୍ଯ୍ୟାୟରେ ମାଟ୍ରିକ ପରୀକ୍ଷା ଉତ୍ତିର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର ସହ ସମ୍ବାରଦ୍ଧନା ଦିଆଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ ଅନୁଷ୍ଠିତ ହେଇଥିଲା। ଗୈାଡିୟ ପରମ୍ପରା ସହ ଶ୍ରୀକୃଷ୍ଣ ଙ୍କ ଭକ୍ତି ପୃତ ଆଧ୍ୟାତ୍ମିକ ଚେତନା ସଂପର୍କରେ ଆଲୋକପାତ କରାଯିବାସହ କୁରୁକ୍ଷେତ୍ର ଯୁଦ୍ଧ ରେ ଅସ୍ତ୍ର ନ ଧରି ସାରଥୀ ଭାବରେ ନିଜକୁ ଉପସ୍ଥାପନ କରି ଅନ୍ୟାୟ ବିରୁଦ୍ଧରେ ଲଢେଇ କରି ବିଜୟୀ ହେବା ସହ ଧରାପୃଷ୍ଠରେ ଶାନ୍ତି ର ବାର୍ତ୍ତା କୁ ପହଞ୍ଚାଇଥିବାରୁ ସମାଜ ତରଫରୁ ସାଧୁବାଦ ଜ୍ଞାପନ ସହ ନିଜ ନିଜକୁ ଶ୍ରୀକୃଷ୍ଣ ଙ୍କ ବଂଶ ଧର କହି ଗର୍ବିତ ମନେ କରିବା ସହ ଏକ ଧର୍ମ ଏକ କର୍ମ ଏବଂ ଏକ ଲକ୍ଷ ନେଇ ନିଜେ ଓ ଗୋପାଳ ସମାଜ କୁ ସଂଗଠିତ କରି ଆଗକୁ ବଢିବା ପାଇଁ ଅତିଥି ମାନେ ଆହ୍ବାନ ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍