ସାଇବର ମାମଲାରେ ଯୁବକ ଗିରଫ

ସାଇବର ମାମଲାରେ ଯୁବକ ଗିରଫ

0 0
Read Time:2 Minute, 9 Second


………………………..
ଧରାକୋଟ,13/8/26
ଫେକ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧି ଙ୍କୁ ବ୍ଲାକମେଲ କରିବା ସହ ଧମକ ଚମକ ଦେବା ଓ ମହିଳାଙ୍କ ଫଟୋ କୁ ଏଡିଟ କରି ଅନ୍ୟ ଫଟୋ ସହ ଯୋଡ଼ି ଭାଇରାଲ କରିବା ମାମଲାରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମର ବିଜୟ ମହାକୁଡ଼ ଙ୍କ ପୁଅ ପଵିତ୍ର ମହାକୁଡ଼ କୁ ଧରାକୋଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ସମ୍ପର୍କରେ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଧରାକୋଟ ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ ଙ୍କ ଏତଲା ପ୍ରକାରେ କୁସରାବ ଗ୍ରାମର ଜଣେ ଯୁବକ ସରଧାପୁର ଗ୍ରାମ ପଞ୍ଚାୟତ କଂଗ୍ରେସ ନାମରେ ଏକ ଫେକ ଆଇଡି ଖୋଲି ଗତ ଦେଢ ମାସ ଧରି ତାଙ୍କୁ ବ୍ଲାକମେଲ କରି ଆସୁଥିଲେ । ନାଏବ ସରପଞ୍ଚ ଙ୍କୁ ଭିଡିଓ କଲ କରି ଧମକଦେବା,ତାଙ୍କ ଫଟୋ ସହ ଅନ୍ୟ ଯୁବକଙ୍କ ଫଟୋ ମିଶାଇ ପୋଷ୍ଟ କରିବା,ବାରମ୍ବାର ହାରାସ କରିବା ଯୋଗୁଁ ସେ ଏଥିରେ ବ୍ୟତିବ୍ୟସ୍ତ ହୋଇ ଥାନାରେ ଏତଲା ଦେଇଥିଲେ। ଏହାପରେ ଥାନାରେ 270/26 ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଥାନା ଅଧିକାରି ଚନ୍ଦ୍ରିକା ସ୍ୱାଇଁ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଯୁବକ ପବିତ୍ର ମହାକୁଡ଼ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପ୍ରକାଶଥାଉକି ସମ୍ପୃକ୍ତ ଯୁବକ ଜଣକ ଦୀର୍ଘ ଦିନରୁ ସରଧାପୁର ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ଙ୍କୁ ମଧ୍ୟ ଏହି ଫେକ ଆଇଡି ଖୋଲି ବଦନାମ କରିବା ସହ ହାରାସ କରି ଆସୁଥିଲେ । ସଂପ୍ରତି ଏହି ଘଟଣା ଧରାକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍