ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

0 0
Read Time:2 Minute, 11 Second

ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ମୋଚା ର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ବି ଡି ଓ ଡେନିସ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକଙ୍କ ସମେତ ସମସ୍ତ ଲାଇନ ବିଭାଗ ର ପଦାଧିକାରୀ ଯୋଗଦେଇଥିଲେ ।ଆସନ୍ତା ସାତ ତାରିଖ ଠାରୁ ଏଗାର ତାରିଖ ମଧ୍ୟରେ ଆସୁଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ଲକର ସମସ୍ତ ପ୍ରସ୍ତୁତ ରହିବା ପାଇଁ ବି ଡି ଓ ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ବ୍ଲକର 82 ଗୋଟି ବିଦ୍ୟାଳୟ କୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବରେ ଚିହ୍ନଟ କରଯାଇଛି। ଆଜିର ବୈଠକରେ ସମସ୍ତ ବିଭାଗକୁ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପଞ୍ଚାୟତରେ ସାଧାରଣ ବଣ୍ଟନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଞ୍ଚାୟତ ର ଜେନେରେଟର କାର୍ଯ୍ୟକ୍ଷମ ରଖିବା,ଅଗ୍ନିଶମ ବିଭାଗ ବୋଟ ସହ ମୁକାବିଲା ପାଇଁ ପ୍ରସ୍ତୁତି ରହିବା,ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିସିନ ସହ ଅନ୍ୟାନ୍ୟ ସେବା ପାଇଁ ପ୍ରସ୍ତୁତ ରହିବା, ସିଶୁବିକାସ ବିଭାଗକୁ ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ସ୍ଵାସ୍ଥ୍ୟ ପରୀକ୍ଷା ସହ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଗୋଟିଏ ବାତ୍ୟା ଆଶ୍ରୟ ସ୍ଥଳୀ ପାଇଁ ତିନି ଜଣ ନୋଡାଲ ଅଧିକାରୀ ଙ୍କୁ ଦାଇତ୍ୱ ଦିଆଯିବା ସହ କୃଷି,ଉଦ୍ୟାନ,ପଶୁପାଳନ, ଶିକ୍ଷା, ବିଦ୍ୟୁତ,ରାଜସ୍ବ, ମହିଳା ଓ ଶିଶୁ ବିକାଶ ଓ ଯୋଗାଣ ବିଭାଗ କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories