ଧରାକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ 194 ଗୋଟି ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସଵ ପାଳନ ହୋଇଯାଇଛି । ନବମ ପୋଷଣ ମାହ ପାଳନ ଅବସରରେ ତିନି ଦିନ ଧରି ଏହି ଉତ୍ସବ ପାଳନ ହୋଇଯାଇଛି । ପ୍ରଥମ ଦିନରେ ଅଭିଭାବକ ମାନେ ପୋଷଣଯୁକ୍ତ ସ୍ୱାଦିଷ୍ଟ ପିଠା ତିଆରି କରିଥିବା ବେଳେ ଦ୍ୱିତୀୟ ଦିନରେ ଶିଶୁ ମାନଙ୍କ ମଧ୍ୟରେ ଗୀତ, ଖେଳ,ନାଚ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ତୃତୀୟ ଦିନରେ ମମତା ମା, ସୁଭଦ୍ରା ମା,କିଶୋରୀ ବାଳିକା, ତଦାରଖ କମିଟି, ଏ ଏମ ସି କମିଟି ମାନଙ୍କ ଦ୍ଵାରା ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରିଥିବା ଅଙ୍ଗନୱାଡି କର୍ମୀ ,ସହାୟିକା ଓ ଆଶା କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଜିର ଏହି ଉତ୍ସବରେ ଅତିଥି ଭାବରେ ୱାର୍ଡ ସଭ୍ୟ ଅଶୋକ କୁମାର ଗୌଡ, ଯାଞ୍ଚ କମିଟି ସଭ୍ୟ ବିପିନ ବିହାରୀ ଦାସ,ଶିକ୍ଷକ ବାଲ୍ମିକୀ ପାଣିଗ୍ରାହୀ ,ସାମ୍ବାଦିକ ହୃଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଅଙ୍ଗନୱାଡି କର୍ମୀ ଜ୍ୟୋସ୍ନା ରାଣୀ ବରାଡ, ଜୟଶ୍ରୀ ପାଣିଗ୍ରାହୀ, ସୁମିତା ପଟନାୟକ, ସୁଚିତ୍ରା ପାତ୍ର,ସୌଦାମିନୀ ଦଳବେହେରା ଓ ରଶ୍ମିତା ଗୌଡ ପ୍ରମୁଖ ମିଳିତ ଭାବରେ ଧରାକୋଟ ତିନି ନମ୍ବର କେନ୍ଦ୍ରରେ ଏହି ଆଙ୍ଗନ କା ଉତ୍ସଵ ପାଳନ କରିଥିଲେ । ଅଭିଭାବକ ନରସିଂହ ବେହେରା, ସୁଶାନ୍ତ କୁମାର ସ୍ୱାଇଁ, ନନ୍ଦ ମାହାପାତ୍ର, ତ୍ରିଲୋଚନ ସ୍ୱାଇଁ, ରିକାନ୍ତ ଗୌଡ,ବାବୁଲା ବେହେରା ଙ୍କୁ ପୋଷଣ ଯୁକ୍ତ ପୀଠ ପ୍ରସ୍ତୁତି ପାଇଁ ପ୍ରମାଣ ପତ୍ର ସହ ଫଳ ଝୁଡ଼ି ପ୍ରଦାନ କରାଯାଇଥିଲା ।ସି ଡି ପି ଓ ସୁନୀଲ ପ୍ରଭା ରଥ ଓ ସୁପରଭାଇଯର ମଳୟ ମଞ୍ଜରୀ ମୁନି ଏହି ଉତ୍ସବ କୁ ପରିଦର୍ଶନ କରିଥିଲେ।
ଧରାକୋଟ ରେ ଆଙ୍ଗନ କା ଉତ୍ସଵ ପାଳନ…………………………
Read Time:2 Minute, 9 Second

