ଅସନ୍ତୁଳିତ ପରିବେଶ ଯୋଗୁଁ ପୃଥିବୀ ପୃଷ୍ଠରେ ସ୍ତଳଚର୍ ପ୍ରାଣୀ ସମେତ ସାମୁଦ୍ରିକ ଜୀବ ମଧ୍ୟ ହ୍ରାସ ପାଇବାରେ ଲାଗୁଛିl ପରିବେଶ ପାଇଁ ଏକ ବୃହତ୍ କ୍ଷତି ଯାହାକି ଆଗାମୀ ଦିନରେ ଭରଣା କରିବା ଅସମ୍ଭବ ହୋଇପଡିବ। ତେଣୁ ପରିବେଶ ସୁରକ୍ଷା ସହ ସାମୁଦ୍ରିକ ପରିସଂସ୍ଥା ମଧ୍ୟ ସୁରକ୍ଷା କରିବାପାଇଁ ବର୍ତ୍ତମାନ ସମୟରେ ମଣିଷ ସମାଜ ପାଇଁ ଏକ ବୃହତ୍ ଆହ୍ବାନ ହେଇ ପଡିଛି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ବଙ୍ଗୋପ ସାଗର ଋଷିକୂଲ୍ୟା ମୁହାଁଣ ଉପକୂଳ ବେଳାଭୂମି ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ସ୍ଥଳୀ ଭାବରେ ସ୍ଵତନ୍ତ୍ର ଭାବେ ବିଶ୍ୱରେ ପରିଚିତ।କିନ୍ତୁ ସମୁଦ୍ର ପର୍ଯ୍ୟଟକ ଙ୍କ ଦାୟୀତ୍ୱହୀନ ମନୋଭାବ ଯୋଗୁଁ ସେଠାରେ ପ୍ଲାଷ୍ଟିକ ସାମଗ୍ରୀ, ସୂତା, ଖାଇବା ଥାଳି ,ପାଣି ବୋତଲ ଭଳି ଅନେକ ସାମଗ୍ରୀ ପଡ଼ିବା ଓ ଖଣ୍ଡିଆ ଜାଲ ପଡିବା ଫଳରେ ଅଲିଭ ରିଡଲେ କଇଁଚଙ୍କ ଅଣ୍ଡାଦାନ ପ୍ରକ୍ରିୟା ଏବଂ ସମୁଦ୍ର ମଧ୍ୟରେ ସେମାନଙ୍କ ମିଳନ ପ୍ରକ୍ରିୟା ବିଶୃଙ୍ଖଳିତ ହୋଇପଡିବା ଆଶାଙ୍କା ଦେଖାଯାଇଛି। ଆଗାମୀ ଦିନରେ ସାମୁଦ୍ରିକ କଇଁଚଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ପ୍ରକ୍ରିୟାକୁ ଲକ୍ଷ୍ୟ ରଖି ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଗଞ୍ଜାମ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଦିଗଦର୍ଶନ ୟୁଥ୍ କ୍ଳବ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରୀ, ସାଗରକନ୍ୟା ୟୁଥ୍ କ୍ଳବ୍, ଓ ୟୁଥ୍ ଫର୍ ଭିଲେଜ ପ୍ରମୁଖ ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା ଓ ସ୍ବେଛାସେବୀ ଯୋଗଦେଇ ବଟେଶ୍ୱର ଠାରୁ ପୋଡାମପେଟା ଗ୍ରାମ ପର୍ଯ୍ୟନ୍ତ ବେଳାଭୂମିକୁ ସଫେଇ କରିବା ସହ ଉପସ୍ଥିତ ପର୍ଯ୍ୟଟକଙ୍କୁ ସଚେତନ କରିଥିଲେ। ଶେଷରେ ଦିଗ୍ ଦର୍ଶନ ୟୁଥ୍ କ୍ଳବ୍ ସଭାପତି ତଥା କାର୍ଯ୍ୟକ୍ରମ ମୁଖ୍ୟ ସଂଯୋଜକ ଉମାକାନ୍ତ ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ ବନବିଭାଗ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ମୁଖ୍ୟ ଅତିଥି ଏବଂ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ ସମ୍ମାନିତ ଅତିଥି ଓ ୟୁଥ୍ ଫର୍ ଭିଲେଜ ପ୍ରତିଷ୍ଠାତା ଡି. ଦେବହରି ରେଡ଼ି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଦିଗଦର୍ଶନ ୟୁଥ୍ କ୍ଳବ୍ ସମ୍ପାଦିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହଙ୍କୁଡ, ଉପ ସଭାପତି ରାକେଶ ନାୟକ ସହ ସଂପାଦକ ସୁଦର୍ଶନ ପାଢ଼ୀ ,ସାଗରକନ୍ୟା ୟୁଥ୍ କ୍ଳବ୍ ସଭାପତି ଜେ ଟୁଟୁ, ବି.ବାବାଜୀ ୟୁଥ୍ ଫର୍ ଭୀଲେଜ୍ ପୂର୍ବତନ ସଭାପତି ଚୈତନ୍ୟ ରେଡ଼ି, ଶ୍ରୀମତୀ ଜି ଗଙ୍ଗା, ଡି. ବ୍ରିଶାଙ୍କ ରେଡ଼ି, ଅନିଲ ସେଠୀ, ଦୀପକ ଗୌଡ, ବଳିଆ ସେଠୀ, ଜିତୁ ସାହୁଙ୍କ ସମେତ ବହୁ ସ୍ବେଛାସେବୀ ଏହି ସ୍ଵଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବି.କ୍ରୀଷ୍ଣା ରାଓ,କୃଷ୍ଣ ଚନ୍ଦ୍ର ବେହେରା,କେ.ଦିନେଶ,ରାଜେଶ କୁମାର ବେହେରା, ପ୍ରସାଦ କୁମାର ବେହେରା,ଜି.କ୍ରୀଷ୍ଣା,ଟି.ସୋମନାଥ ରାଓ,ଜଗନ୍ନାଥ ଦାସ ପ୍ରମୁଖ ବନ କର୍ମଚାରୀଙ୍କ ସହଯୋଗ ରେ ଉକ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସାମାଜିକ ଯୁବ ସଂଗଠନ ସମୂହ ପକ୍ଷରୁ ଋଷୁକୁଲ୍ୟା ମୁହାଁଣ ବେଳାଭୂମି ସ୍ବଚ୍ଛତା କାର୍ଯ୍ୟକ୍ରମ
Read Time:3 Minute, 51 Second

