Read Time:52 Second
ଆସିକାରେ କାଳ ବୈଶାଖୀ ଯୋଗୁଁ କଳାମେଘ ଘୋଟି ଆସି ପ୍ରବଳ ପବନ ଓ ଘଡ଼ଘଡି ସାଙ୍ଗକୁ ଘଣ୍ଟାଏ ବର୍ଷା ଲୋକଙ୍କ ପାଇଁ ଆଶ୍ୱସ୍ଥ ଆଣିଦେଇଛି।ଦୀର୍ଘଦିନ ହେଲା ପାରଦ ୪୦ଡିଗ୍ରୀ ଉପରେ ରହିଥିବା ଯୋଗୁଁ ଲୋକେ ଡହଳ ବିକଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ଏଥିରୁ ନିସ୍ତାର ପାଇଁ ଲୋକେ ଘରୁ ବାହାରୁ ନଥିଲେ ସେଭଳି ପଶୁ ପକ୍ଷୀ ମଧ୍ୟ ଅନୁରୂପ ଅବସ୍ଥା ହେତୁ ସେମାନେ ଗଛ ଛାଇ,ଗାଡ଼ିଆ,ଗହୀର ମାଳ, ସନ୍ତସନ୍ତିଆ ସ୍ଥାନ ମାନଙ୍କରେ ଆଶ୍ରୟ ନେଉଥିଲେ।ସନ୍ଧ୍ୟା ବେଳକୁ ଘଣ୍ଟାରୁ ଉର୍ଦ୍ଧ ସମୟ ବର୍ଷା ଫଳରେ ପରିବେଶ ଥଣ୍ଡା ପଡିଯିବାରୁ ଲୋକେ ଅସହ୍ୟ ଗୁଳୁ ଗୁଳୁରୁ ନିସ୍ତାର ପାଇଛନ୍ତି।


