ସ୍ୱାୟତ୍ତଶାସନ ଦିବସ ରେ ତିନି   ଜଣ ଆଶା କର୍ମୀଙ୍କୁ ସଂମ୍ମାନିତ

ସ୍ୱାୟତ୍ତଶାସନ ଦିବସ ରେ ତିନି   ଜଣ ଆଶା କର୍ମୀଙ୍କୁ ସଂମ୍ମାନିତ

0 0
Read Time:1 Minute, 57 Second

ସହରାଞ୍ଚଳର ଘରେ ଘରେ ସ୍ୱାସ୍ଥ୍ୟ ସେବା ଯୋଗାଇବା କାର୍ଯ୍ୟ ସକାଶେ ଶ୍ରେଷ୍ଠ ୩ ଜଣ ଆଶା କର୍ମୀ କୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସରେ ସଂମ୍ନାନୀତ କରାଯାଇଛି l ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ନିୟୋଜିତ ସୋରଡ଼ା ଏନ ଏ ସି ର ଆଶା କର୍ମୀ ମିକିରାଣୀ ଗନ୍ତାୟତ, ସସ୍ମିତା ପଣ୍ଡା, ପ୍ରଭାତୀ ସାହୁ ଙ୍କୁ ୨୦୨୨ମସିହା ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟ ଅତିଥି ରୂପେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବିଜ୍ଞାପିତ ଅଂଚଳ ପରିଷଦ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଉପାଧ୍ୟାକ୍ଷାଭାଗ୍ୟଳତା ଡାକୁଆ, ବାଲେଶ୍ୱର ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ର ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ, ଏନ ଏ ସି ର
କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ର, ପ୍ରମୁଖ ଉପସ୍ଥିତ ରହି ଆଶା କର୍ମୀ ମାନଙ୍କୁ ସଂମାନ୍ନୀତ କରିଥିଲେ l ଆଶା ଦିଦି ମାନଙ୍କ ଦ୍ୱାରା ସହର ଶିଶୁ, ଗର୍ଭବତୀ, ପ୍ରସୂତି, ସଂକ୍ରମିତ ଓ ଅଣ ସଂକ୍ରମିତ ବ୍ୟକ୍ତି ଙ୍କୁ ନୀରବଛୀର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇବାର ପ୍ରଶଂସନୀୟ କାର୍ଯ୍ୟ ଦକ୍ଷତା କୁ ଏଭଳି ପୁରସ୍କୃତ କରିଛନ୍ତି l ଏଭଳି କାର୍ଯ୍ୟକ୍ରମ କୁ ଜିଲ୍ଲା ଆଶା ମ୍ୟନେଜର ଆଶିଷ କୁମାର ମିଶ୍ର, ସୋରଡ଼ା ବ୍ଲକ ପରିଚାଳକ ଗୋଲକ ନାରାୟଣ ବଡୁ , ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ୟାମମଣୀ ମିଶ୍ର,ସୁଜାତା ରାଣୀ ସୁବୁଦ୍ଧି ଓ ମେଡିକାଲ ଷ୍ଟାପ ପ୍ରମୁଖ ଏହି ୩ ଜଣ ଆଶା ଦିଦି ଙ୍କୁ ଉତ୍ତର ଉତ୍ତର ଉର୍ନତି ସକାଶେ ଶୁଭେଚ୍ଛା ଜଣାଇଛନ୍ତି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍