ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଆଜି ସ୍କୁଲ ରୁ ବାହାରି ରାସ୍ତାକୁ ଓଲ୍ହାଇବା ଦେଖିବାକୁ ମିଳିଛି। ସ୍କୁଲ ରେ ବିଭିନ୍ନ ସମସ୍ୟା ସମେତ ଶିକ୍ଷକ ଅଭାବରୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା ।ପ୍ରଧାନ ଶିକ୍ଷକ ନିଜ ସମ୍ପର୍କୀୟ ମାନଙ୍କୁ ସ୍କୁଲ ରେ ଠିକା ଶିକ୍ଷକ ଭାବେ ନିଯୁକ୍ତି ଦେଇ ଦେଇଥିବା ବେଳେ ପାଠ ପଢ଼ା ରେ ବାଧା ଏବଂ ଅନ୍ତେବାସୀ ଙ୍କ ଖାଦ୍ୟ ବ୍ୟବସ୍ଥା ରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରି ଆସୁଥିଲେ ତେବେ ପ୍ରଧାନ ଶିକ୍ଷକ ଏ ନେଇ କୈାଣସି ସମାଧାନ କରିନଥିବା ରୁ ଅସନ୍ତୋଷ ସ୍କୁଲରେ ବୃଦ୍ଧି ପାଇଥିଲେ।ଏଅବ୍ୟବସ୍ଥା ,ଦିର୍ଘ ଦିନ ଧରି ଅବ୍ୟବସ୍ଥା ର ସମାଧାନ ନ ହେବାରୁ ଆଜି ତାତିଲେ ଛାତ୍ର ଛାତ୍ରୀ ଏବଂ ଜିଲାପାଳଙ୍କୁ ଗୁହାରି ଜଣାଇବାକୁ ସ୍କୁଲ ହତା ରୁ ବାହାରି ରାଜରାସ୍ତାରେ ଛାତ୍ର ଛାତ୍ରୀ ଓଲ୍ହାଇ ଥିଲେ।ଖାଲି ଏତିକି ନୁହେଁ ବରଂ ଚାଲି ଚାଲି ଯିବେ ଏବଂ ଜିଲାପାଳଙ୍କୁ ଗୁହାରି ଜଣାଇବାକୁ ଜିଦ୍ ରେ ଅଟଳ ଥିଲେ ଛାତ୍ର ଛାତ୍ରୀ ଏବଂ ଗେଟ୍ ରେ ତାଲା ପକାଇ ଆନ୍ଦୋଳନ କରୁଥିବା ବେଳେ ଜିଲା ଶିକ୍ଷା ବିଭାଗର କର୍ମଚାରୀ ମାନେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବାକୁ ସ୍କୁଲ ରେ ପହଞ୍ଚିଥିଲେ। ତେବେ ଆଲୋଚନା ବିଫଳ ହେବାରୁ ଛାତ୍ର ଛାତ୍ରୀ ମାନେ ସ୍କୁଲ ରୁ ବାହାରି ଜିଲାପାଳଙ୍କୁ ଭେଟିବାକୁ ଚାଲିବାକୁ ଆରମ୍ଭ କରିଥିଲେ। ପଚାଶ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ରାସ୍ତା ରେ ଚାଲିଥିବା ବେଳେ ସ୍କୁଲ ର ଶିକ୍ଷକ ମାନେ ପିଲାଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

