ଆସିକା(୧/୨)ଆସିକା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଠାରେ ଵିଭାଗୀୟ ଅଧିକାରୀ ମାନେ ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ସଚେତନ ଶିବିର ଆୟୋଜନ କରିଥିଲେ।ଗ୍ୟାସ ଓ ତୈଳ ପଦାର୍ଥ ଦ୍ୱାରା ଘଟିବା ଅଗ୍ନିକାଣ୍ଡ କୁ କିଭଳି ଲିଭାଇବା କୌଶଳ ପ୍ରଦର୍ଶିତ କରାଯାଇଥିଲା।ଅଙ୍ଗନବାଡି କେନ୍ଦ୍ରରେ ବିଶେଷ କରି ପାଚିକା ମାନେ ରୋଷେଇ କାର୍ଯ୍ୟରେ ଗ୍ୟାସ ବ୍ୟବହାର କରୁଥିବା ରୁ ଅଗ୍ନିକାଣ୍ଡ ଘଟିବାର ସମ୍ଭାବନା ରହିଥାଏ ତେଣୁ ଏହି ତାଲିମ ଜରୁରୀ ରହିଥିଲା।ସେହିଭଳି ତୈଳ ଜନିତ ଅଗ୍ନିକାଣ୍ଡ, ବନ୍ୟା ସମୟରେ ଉଦ୍ଧାର, ଛାତ ଉପରୁ ଫସି ରହିଥିବା ବୃଦ୍ଧ କିମ୍ବା ବିକଳାଙ୍ଗ ମାନଙ୍କୁ ଅପଦ ବିପଦ ବେଳେ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରିବାର କୌଶଳ ଏହି ତାଲିମ ଶିବିରରେ ଅଗ୍ନିଶମ କର୍ମଚାରୀ ମାନେ ପ୍ରଦର୍ଶିତ କରିଥିଲେ।ଆସିକା ସି ଡି ପି ଓ ଭାରତୀ ମହାପାତ୍ର ଙ୍କ ନେତୃତ୍ୱରେ ମୂଖ୍ୟ ଆଗ୍ନିକ ପ୍ରଶାନ୍ତ ମହାପାତ୍ର ଓ କର୍ମଚାରୀ ମାନେ ଅଗ୍ନି ନିର୍ବିପାକ ଶୈଳୀ ପ୍ରଦର୍ଶିତ କରିଥିଲେ।



