ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୁମି ନୁଆଁ ଅତିଥି ଆଲବିନୋ।

ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୁମି ନୁଆଁ ଅତିଥି ଆଲବିନୋ।

0 0
Read Time:1 Minute, 26 Second

ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୁମି ରେ ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେ ଙ୍କ ଗଣ ଅଣ୍ଡାଦାନ ଜାରି ରହିଥିବା ବେଳେ ମଙ୍ଗଳବାର ଏକ ବିରଳ କଇଁଚ
ଅଣ୍ଡାଦାନ କରିଥିବା ଚର୍ଚ୍ଚା ର କେଦ୍ରବିନ୍ଦୁ ପାଲଟିଛି। ଆଲବିନୋ ନାମକ ଏକ ସାମୁଦ୍ରିକ କଇଁଚ
ମଧ୍ୟାନ୍ନ ସମୟରେ ସମୁଦ୍ର ମଧ୍ୟରୁ ବେଳାଭୁମି ଉପରକୁ ଉଠିଆସି ବାଲୁକା ଶଯ୍ୟାରେ ଗଣ ଅଣ୍ଡାଦାନ ରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। କଇଁଚଟି ଧଳା ରୋଗ ରେ ଆକ୍ରାନ୍ତ ହୋଇଥିବା ଯୋଗୁଁ କଇଁଚ ଟି ଏପରି ଦେଖାଯାଉଥିବା ବନ ବିଭାଗ ପକ୍ଷରୁ କୁହା ଯାଇଛି।ଦୀର୍ଘ ବର୍ଷ
ପରେ ଋଷିକୂଲ୍ୟା ସମୁଦ୍ର ବେଳାଭୂମିରେ ଏପରି କଇଁଚ
ଦେଖାଯାଇଥିବା ସ୍ଥାନୀୟ ଅଂଚଳରର ଚର୍ଚ୍ଚା ହୋଇଛି।
ଅନ୍ୟପଟେ ପଞ୍ଚମ ଦିନରେ 72 ହଜାର 142 ଟି ଅଲିଭ ରିଡ଼ଲେ ମା କଇଁଚ ଗଣ ଅଣ୍ଡାଦାନ କରିଥିବା ବେଳେ ପାଞ୍ଚ ଦିନ ମଧ୍ୟରେ 2 ଲକ୍ଷ 78 ହଜାର 502 ଗୋଟି ସାମୁଦ୍ରିକ କଇଁଚ
ଗଣ ଅଣ୍ଡାଦାନ କରିଥିବା ବନବିଭାଗ ରେକର୍ଡ କରିଥିବା ସୂଚନା ମିଳିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ପର୍ଯ୍ୟଟନ