ଧରାକୋଟ ବ୍ଲକ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଖାଦ୍ୟ ବଣ୍ଟନ କଲା ଶୁଭକାମନା ଟ୍ରଷ୍ଟ

ଧରାକୋଟ ବ୍ଲକ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଖାଦ୍ୟ ବଣ୍ଟନ କଲା ଶୁଭକାମନା ଟ୍ରଷ୍ଟ

0 0
Read Time:2 Minute, 35 Second

ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆସନ୍ତା 2025 ମସିହା ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଧରାକୋଟ ବ୍ଲକ ଯକ୍ଷ୍ମା ରୋଗୀଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରେମେ ନିକ୍ଷମିତ୍ର କାର୍ଯ୍ୟକ୍ରମ ମାଧ୍ୟମ ରେ ଶୁଭକାମନା ଚରିଟେବୁଲ ଟ୍ରଷ୍ଟ ତରଫରୁ ଅଧ୍ୟକ୍ଷ ମନୋଜ କୁମାର ରଥ ପୋଷ୍ୟ ଭାବେ ଗ୍ରହଣ କରିଥିବା ରୋଗୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ପେକେଟ ବଣ୍ଟନ କରିଥିଲେ । ଆଜି ଏହି ଅବସରରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଭାର ପ୍ରପ୍ତ ଅଧିକାରୀ ଡାକ୍ତର mvk ଅଶୋକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବି ଡି ଓ ଡେନିସ ବେହେରା, ତହସିଲଦାର କବିରାଜ ପ୍ରଧାନ, ସି ଡି ପି ଓ ସୁନିଲ ପ୍ରଭା ରଥ, ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ମାନସ ରଞ୍ଜନ ପୋଲାଇ, ଏ ବି ଇ ଓ ଉମା ଚରଣ ପାଣିଗ୍ରାହୀ, ଏସ ଆଇ ବାଲ୍ମିକୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ବରିଷ୍ଠ ଯକ୍ଷ୍ମା ପର୍ଯ୍ୟବେକ୍ଷକ ପ୍ରଭାକର ଶତପଥୀ ସୂଚନା ଦେଇଥିବା ବେଳେ ସଂଯୋଜନା କରିଥିଲେ ଡକ୍ଟର ବିମଳ ପ୍ରସାଦ ପଟ୍ଟନାୟକ । ଶୁଭକାମନା ଚାରିଟେବଲ ଟ୍ରଷ୍ଟ ର ଅଧ୍ୟକ୍ଷ ମନୋଜ ରଥ ଉପସ୍ଥିତ ରହି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସହ ଚୁକ୍ତିନାମା ପ୍ରକାରେ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ 65 ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଖାଦ୍ୟ ବଣ୍ଟନ ପାଇଁ ଘୋଷଣା କରିଥିଲେ । ଆଜି ସେଥିମଧ୍ୟରୁ 50 ଜଣ ରୋଗୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ପେକେଟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର ବି ପି ଏମ, ବି ଡି ଏମ ,ପି ହେଚ ଇ ଓ, ସି ହେଚ ଓ, ଏ ଏନ ଏମ, ଆଶା, ଚିକିତ୍ସା ସହାୟକ ଓ ରୋଗୀମାନେ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ବାଲେଶ୍ଵର ବାହାନଗା ଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ ନୀରବ ପ୍ରାର୍ଥନା

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories