ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

0 0
Read Time:2 Minute, 48 Second

ଆସିକା ବ୍ଲକ ସଭା ଗୃହ ରେ ରାଜ୍ୟସରକାରଙ୍କ ପକ୍ଷରୁ ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା 3ଯୋଜନା ଉପରେ ପ୍ରସ୍ତୁତି ବୈଠକ ବ୍ଲକ ସଭା ଗୃହ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ ଙ୍କ ପୌରହିତ୍ୟ ରେ ବିଡ଼ିଓ ଫକୀର ଚରଣ ପରିଡା, ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ବିପର୍ଯୟ ପରିଚାଳନା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ,ବିପର୍ଯୟ ପରିଚାଳନା ସଂଯୋଜକ ପ୍ରଶାନ୍ତ କୁମାର ପଣ୍ଡା, ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବ୍ଲକ ର ବିପର୍ଯୟ ପରିଚାଳନା ନୋଡାଲ ଅଧିକାରୀ ସୁକାନ୍ତ କୁମାର ନାୟକ ସଂଯୋଜନା କରିଥିଲେ l ସମ୍ଭାବ୍ୟ ବାତ୍ୟା, ବନ୍ୟା କୁ ଦୃଷ୍ଟି ରେ ରଖି ପ୍ରତି ପଂଚାୟତ ରେ ଏକ ପ୍ରାକ ଯୋଜନା ପ୍ରସୂତ  କରିବା ସହ ପଂଚାୟତ ସ୍ତରୀୟ ବିପର୍ଯୟ ପରିଚାଳନା କମିଟି ଗଠନ କରିବା ନିୟମ କୁହାଗଲା l ଏଥିସହିତ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପୂର୍ବ ପ୍ରସୂତି ରହି ସାମ୍ଭବ୍ୟ ବିପଦ ସଂକୁଳ ରେ ଚିହ୍ନଟ ଲୋକ ମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନସ୍ତାରିତ କରିବା, ଅତି ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ବାତ୍ୟା, ବନ୍ୟା ର ପ୍ରାକ ସୂଚନା ଆସିଲେ ସତର୍କତା ଅଵଲମ୍ବନ କରିବା, ଭଳି ଅନେକ ଉପାଦେୟ କଥା ଆଲୋଚନା କରିଥିଲେ l ପଂଚାୟତ ରେ ଥିବା ସମ୍ବଳ କୁ ଚି଼ହ୍ନଟି କରି ଯୋଜନା ପ୍ରସ୍ତୁତ ଏବଂ ଅତି ଆବଶ୍ୟକ ଥିବା ଜିନିଷ ନିମନ୍ତେ ବ୍ଲକ ପ୍ରଶାସନ ଙ୍କୁ ସୂଚନା ଦେବାକୁ କୁହାଗଲା l ରାଜ୍ୟ ରେ ପ୍ରାଥମିକ ପର୍ଯ୍ୟାୟ ରେ 180 ଗ୍ରାମପଞ୍ଚାୟତ ର 1050 ଗ୍ରାମକୁ ନିଆଯାଇଛି l ଆସିକା ବ୍ଲକ ର 15 ଗୋଟି ପଂଚାୟତର 65 ଗୋଟି ଗ୍ରାମ କୁ ପ୍ରଥମେ ପାଇଲଟ ପ୍ରୋଜେକ୍ଟ ରୂପେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି ବୈଠକ ରେ ସରପଞ୍ଚ, ସମିତି ସଦସ୍ୟ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବନ ବିଭାଗ, ଅଗ୍ନିଶମ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପ୍ରାଣୀ, ବିଦ୍ୟୁତ,ପୋଲିସ, ସିଡ଼ିପିଓ, ପୂର୍ତ୍ତ, ଜଳସମ୍ପଦ, କ୍ଷୁଦ୍ର ଜଳ ସେଚନ, ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଏବଂ ପାନୀୟ ଜଳ, ଜନ ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ମାନେ ଆଜିର ବୈଠକ ରେ ଉପସ୍ଥିତ ରହିଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories