ଆସିକା ଡାକ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଯାଇଛି l ଆସ୍କା ଡାକ ମଣ୍ଡଳ ଅଧିକ୍ଷିକା କିରଣମାଳା ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ଆସିକା ମୁଖ୍ୟ ଡାକ ମଣ୍ଡଳ ର ହିସାବ ରକ୍ଷକ ବସନ୍ତ କୁମାର ପାଠୀ, ଆସିକା ପୋଷ୍ଟ ମାଷ୍ଟର ଜିତେନ୍ଦ୍ର ସ୍ୱାଇଁ, ଅନିଲ କୁମାର ମୁନି, ରାକେଶ କୁମାର ପାଢୀ, ପ୍ରଭାତ ପ୍ରଧାନ, ବି. ପ୍ରିୟଦର୍ଶନି ଜେନା, ପ୍ରଂଜ୍ଞା ପରିମିତା ପାଣିଗ୍ରାହୀ, ପ୍ରତାପ ସେଠୀ, ହେରମ୍ବ ବେହେରା, ଏମ କାମେଶ୍ୱର ରାଓ, ମହେଶ୍ୱର ଗୌଡ଼, ସୁବ୍ରତ କୁମାର ଗୌଡ଼, ଏନ ହରି ରେଡି, ମୌସୁମୀ ପଟନାୟକ, ଡି. କ୍ରୀଷ୍ଣl ମୂର୍ତ୍ତି ପ୍ରମୁଖ ଏକ ରାଲି କରି ଲୋକ ମାନଙ୍କୁ ସଚେତନତା କରାଇଥିଲେ l ଆମେ ଆମର ସମସ୍ଥ କାର୍ଯ୍ୟରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ସକଳ୍ପ ନେବା ବୋଲି ବରିଷ୍ଠ ଅଧିକାରୀ ମତ ରଖିଥିଲେ l ଆସିକା ମୁଖ୍ୟ ଡାକ ମଣ୍ଡଳ କାର୍ଯ୍ୟାଳୟ ର ବହୁ କର୍ମଚାରୀ ଏହି ରାଲି ରେ ଯୋଗ ଦେଇଥିଲେ l

