Read Time:1 Minute, 15 Second
ଆସିକା ବିଜ୍ଞାନ ମହାବଦ୍ୟାଳୟ ରେ ଅନ୍ତଃର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳିତ:*
ଆସିକା ବ୍ଲକ ଅନ୍ତର୍ଗତ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ର ମିଳିତ ଆନୁକୂଲ୍ୟରେ ଅନ୍ତଃର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ. ତ୍ରିପାଠୀ ଜୀବନରେ ବନ୍ଧୁତ୍ୱର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଯୁବ ରେଡକ୍ରସ୍ ର ଉପଦେଷ୍ଟା ଶ୍ରୀ ଦେବବ୍ରତ ସାହୁ ଓ ଶ୍ରୀ ରାଜେଶ କୁମାର ସାହୁ ସୂଚାରୁ ରୂପେ ଏହି ଦିବସକୁ ପରିଚାଳନା କରିଥିଲେ ।ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚରୀବୃନ୍ଦ ଉପସ୍ଥିତ ରହି ହାତରେ ବନ୍ଧୁତ୍ବର ରଜ୍ଜୁ ବାନ୍ଧି ଛାତ୍ର ଛାତ୍ରୀ ମାନଙ୍କୁ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଏକ ଉତ୍ତମ ବନ୍ଧୁତ୍ୱ ସମ୍ପର୍କ ସ୍ଥାପନା ନିମନ୍ତେ ପ୍ରବର୍ତ୍ତାଇଥିଲେ ।

