ଝରପାରି ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

0 0
Read Time:1 Minute, 34 Second


ଧରାକୋଟ,6/7/26
ଧରାକୋଟ ବ୍ଲକର ଝରପାରି ପଞ୍ଚାୟତ ରେ ଆଜି ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସି ଡି ପି ଓ ସୁନୀଲ ପ୍ରଭା ରଥ, ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ,ସରପଞ୍ଚ ମାଧୁରୀ ସ୍ୱାଇଁ,ସମିତି ସଭ୍ୟା ରଜନୀ ଗୌଡ, ପି ଇ ଓ ଦୁର୍ଗା ପ୍ରସାଦ ସାମଲ, ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ଏ ବି ଇ ଓ ସୌରି ଶଙ୍କର ବେହେରା,ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ, ମିଶନ ଶକ୍ତି ବି ପି ସି ସୁଶାନ୍ତ ନାୟକ, ବି ଏସ ଓ ସଚିନ ପାତ୍ର, ବି ପି ସି କୃଷ୍ଣକାନ୍ତ ପଣ୍ଡା, ଏ ଡି ଇ ଓ ଶିବାନୀ ପ୍ରଧାନ,ଯୋଗାଣ ସହାୟକ ମଦନ ନାୟକ,ଏନ୍ ଆର୍ ଇ ଜି ଏ ଵିଭାଗ ର ଅମେସ ବେହେରା,ଦୀପକ ପଟ୍ଟନାୟକ ଙ୍କ ସମେତ ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ। ଜନ ଶୁଣାଣି କାର୍ଯ୍ୟକ୍ରମ ନଅ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସମାଜସେବୀ ଲିଟୁ ଭୂୟାଁ,ଭିକାରୀ ଗୌଡ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍