Read Time:1 Minute, 7 Second
ଆସିକା ଥାନା ଅନ୍ତର୍ଗତ ସହସପୁର ଗ୍ରାମରେ ଦାଦା ର ଛୁରା ମାଡ ରେ ପୁତୁରା ଗୁରୁତର ହୋଇଛି l ଗୁରତର ପୁତୁରା କୁ ଅବସ୍ଥାରେ ଆସିକା ଡାକ୍ତର ଖାନାରେ ଭର୍ତ୍ତି କଲା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାତରିତ କରାଯାଇଛି l ଶୁକ୍ରବାର ସନ୍ଧ୍ୟା ସମୟରେ ଗ୍ରାମର ୨୩ ବର୍ଷୀୟ ଶିବରାମ ମୁନି ନିଜ ଘରେ ସୋଇଥିବା ବେଳେ ତାଙ୍କ ଦାଦା ଅଶୋକ ମୁନି ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ l ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବରାମ ଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ପରିବାର ଲୋକେ ଭର୍ତି କରିଥିଲେl ଛୁରା ମାଡ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ କୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ଆଲୋଚନା ହେଉଛି l ସେପଟେ ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

