ଆସିକା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

ଆସିକା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

0 0
Read Time:1 Minute, 35 Second

ଆସିକା ବାଣୀବିହାର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ ଗୃହରେ ଆସିକା ପ୍ରେସ କ୍ଲବ,ଆସିକା ତରଫରୁ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି ଏହି ଅବସରରେ ସତ୍ୟ,ନିଷ୍ଠା ଓ ନିର୍ଭୀକତା ସାମ୍ବାଦିକତା ର ମୂଳ ମନ୍ତ୍ର ଏବଂ ସାମ୍ବାଦିକତା ର ନୈତିକ ମୂଲ୍ୟ ବୋଧ ଉପରେ ଅତିଥି ମାନେ ଆଲୋଚନା କରିଥିଲେ। କ୍ଲବର ସଭାପତି ସତ୍ୟନାରାୟଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ନିମନ୍ତ୍ରିତ ଅତିଥି ଭାବେ ଆସିକା ଏନ ଏ ସି ଅଧକ୍ଷା ବିନେତା ସ୍ବାଇଁ,ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ,ବରିଷ୍ଠ ନାଗରିକ ମଞ୍ଚ ସଭାପତି ଗଣେଶ ରଥ,ରାଜ୍ୟ ଅମଲା ସଙ୍ଘ ସଭାପତି ପ୍ରସନ୍ନ ତ୍ରିପାଠୀ ଏବଂ ସମାଜସେବୀ ଅଜିତ ପଟ୍ଟନାୟକ , ସଂସ୍କୃତ କଲେଜ ର ପରିଚାଳନା କମିଟି ର ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ସାମ୍ବାଦିକ ମନୋଜ ମୁନି,ଗିରୀଶ ତ୍ରିପାଠୀ, ନରେନ୍ଦ୍ର ସାହୁ, ସରୋଜ ଦାସ,ସନ୍ତୋଷ ମିଶ୍ର,ଗଙ୍ଗାଧର ଶତପଥୀ, ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଯୁଧିଷ୍ଠିର ଦୋରା, ମିହୀର ମହାପାତ୍ର,ଆଇନଜୀବୀ ନାରାୟଣ ମୁନୀ ପ୍ରମୁଖ ଯୋଗଦେଇଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍