ଗଂଜାମ ଯୋନ ଯୁବ ବିଜେଡ଼ି ସଭାପତି ଭାବ ପୁନର୍ବାର ନଚିକେତ ସ୍ୱାଇଁ ଙ୍କୁ ସଭାପତି ଭାବେ ଦାଇତ୍ୱ ମିଳିଥିବାରୁ ବିଜୁ ଜନତା ଦଳ ଓ ଯୁବ ଜନତା ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରୁ ଏକ ବାଇକ ରାଲି ରେ ଦଳୀୟ କର୍ମୀ ମାନେ ସ୍ୱଗତ ସମ୍ବର୍ଦ୍ଧନା ଦେଇ ସହର ପରିକ୍ରମା କରାଇଥିଲେ l ଦଳ ର ଛାମୁଆ ନେତା ସତ୍ୟ ନାରାୟଣ ସ୍ୱାଇଁ, ଅଭି ମନ୍ୟୁ ନାହାକ, ଶିବ ନାହାକ,ଭଗବାନ ସାହୁ,ରାଜେଶ ପଟ୍ଟନାୟକ,ବହୁ ସରପଞ୍ଚ ଓ ସମିତି ସଭ୍ୟ ସମେତ ଯୁବ ବିଜେଡ଼ି ର ନେତା ଓ କର୍ମୀ ମାନେ ବାଇକ ରାଲିରେ ସାମିଲ ହୋଇଥିଲେ। ଶ୍ରୀସ୍ବାଇଁକୁ ଏହି ଦାଇତ୍ୱ ମିଳିଥିବାରୁ ଦଳୀୟ ସୁପ୍ରିମ ନବୀନ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁକୁ ଙ୍କୁ ସ୍ଲୋଗାନ ମାଧ୍ୟମରେ କୃତଜ୍ଞତା ଜଣାଇଥିଲେ l ଅପରପକ୍ଷେ ନବ ନିଯୁକ୍ତି ପାଇଥିବା ନଚିକେତା ସ୍ୱାଇଁଙ୍କୁ ମିଳିଥିବା ଏ ଦାଇତ୍ୱ ନିଷ୍ଠାର ସହ ପାଳନ କରି ଗୁରୁ ଦାଇତ୍ୱ କୁ ସର୍ବଦା ଅଗ୍ରାଧିକାର ଦେଇ ଦଳକୁ ମଜବୁତ କରିବା ରେ ସର୍ବଦା ପ୍ରାଣପଣେ ଚେଷ୍ଟା କରିବେ ବୋଲି ମତ ପ୍ରକାଶ କରିଥିଲେ l ଏପରିକି ଦଳର ସୁପ୍ରିମ ନବୀନ ପଟନାୟକ, ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ଦଳର ସର୍ବୋଚ୍ଚପଦ ପଦବୀରେ ରହିଥିବା ବ୍ୟକ୍ତି ବିଶେଷ ମୋ ପ୍ରତି ରଖିଥିବା ଅତୁଟ ବିଶ୍ୱାସ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ପ୍ରତିଶୃତି ରଖି ସମସ୍ତ ଙ୍କୁ କୃତଜ୍ଞତା ଜଣାଇଛନ୍ତି l
ଗଂଜାମ ଯୋନ ଯୁବ ବିଜେଡ଼ି ସଭାପତି ଭାବ ପୁନର୍ବାର ନଚିକେତ ସ୍ୱାଇଁଙ୍କୁ ଦାଇତ୍ୱ ମିଳିଲା
Read Time:2 Minute, 1 Second

