କୃଷକ ସଚେତନତା ଅଭିଯାନ

କୃଷକ ସଚେତନତା ଅଭିଯାନ

0 0
Read Time:1 Minute, 46 Second

ଧରାକୋଟରେ କୃଷି ଓ କୃଷକ ସସସ୍ତୀ କରଣ ବିଭାଗ ତରଫରୁ ଧରାକୋଟ ଗୋଷ୍ଠୀ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ କୃଷକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନମୁନା ମୃତ୍ତିକା ସଂଗ୍ରହ ଏବଂ ଆଗୁଆ ସାର ଓ ବିହନ ଗଛିତ ରଖିବା ସମ୍ପର୍କରେ କୃଷକ ମାନଙ୍କୁ ସଚେତନତା କରିବା ପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗୋଷ୍ଠୀ କୃଷି ଅଧିକାରୀ ବିଶ୍ୱନାଥ ବେହେରା,ସହକାରୀ କୃଷି ଅଧିକାରୀ ଅନିଲ ବେହେରା, ସହକାରୀ କୃଷି ଅଧିକାରୀ ସିତାନସୁ କୁମାର ମଲିକ,ମୃତ୍ତିକା ପରୀକ୍ଷଣ ଅଧିକାରୀ ପ୍ରଣତି ପଣ୍ଡା ,ଧରାକୋଟ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସୁଜାତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ସାର,ବିହନ କ୍ରୟ ପ୍ରକ୍ରିୟା ଆଗୁଆ ଗଛିତ ରଖିବା ସହ ସଠିକ ଏବଂ ଉଚିତ ପ୍ରଣାଳୀରେ ନମୂନା ମୃତ୍ତିକା ସଂଗ୍ରହ ବିଷୟରେ ଉପଯୁକ୍ତ ଜ୍ଞାନ କୌଶଳ ଓ ଉପଦେଶ ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତର କୃଷକ ସାଥୀ, ସି ଆର ପି, ଏମ ବି କେ ଓ ଚାଷୀ ମାନେ ବହୁ ସଂଖ୍ୟାରେ ଯୋଗଦେଇ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବାସହ କୃଷି ସମ୍ବନ୍ଧୀୟ ସନ୍ଦେହ ଓ ଅଭିଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କୃଷି ଅଧିଦର୍ଶକ,ଗ୍ରାମ୍ୟ କୃଷି କର୍ମଚାରୀ ଓ ଏ ଟି ଏମ ମାନେ ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍