ଆସିକା ବ୍ଲକ ପରିସରରେ ଦୀନଦାୟଲ ଉପାଧ୍ୟାୟ  ଗ୍ରାମୀଣ କୌଶଳ ଯୋଜନା କାର୍ଯ୍ୟକ୍ରମ

ଆସିକା ବ୍ଲକ ପରିସରରେ ଦୀନଦାୟଲ ଉପାଧ୍ୟାୟ  ଗ୍ରାମୀଣ କୌଶଳ ଯୋଜନା କାର୍ଯ୍ୟକ୍ରମ

0 0
Read Time:1 Minute, 43 Second

ଗ୍ରାମାଞ୍ଚଳ ର ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ପାଇଁ  ରାଜ୍ୟ ସରକାରଙ୍କ ଦିନ ଦୟାଲୁ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ରୂପାୟନ ସକାଶେ

ଆସିକା ବ୍ଲକ ପରିସରରେ ପଞ୍ଚମଶ୍ରେଣୀ ରୁ ଉର୍ଦ୍ଧ ଶିକ୍ଷାଗତ ଥିବା ୧୮ ରୁ ୩୫ ବର୍ଷୀୟ ଗ୍ରାମାଞ୍ଚଳର ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ଲକ୍ଷ ନେଇ ଗୁରୁବାର ଦିନ ବ୍ଲକ ପରିସରରେ ଦିନ ଦୟାଲୁ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କାର୍ଯ୍ୟକ୍ରମ ଅଯୋଜିତ ହୋଇଥିଲା l 

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟିକା ମଞ୍ଜୁଳା ସ୍ୱାଇଁ,ବିଡିଓ ରୋଶନ ଶତପଥୀ, ସିଡିପିଓ ଭାରତୀ ମହାପାତ୍ର ଙ୍କ ସମେତ ଜିଲ୍ଲା ସଂଯୋଜକ ଉପସ୍ଥିତ ଥିଲେ l ଏହି ନିଯୁକ୍ତି ମେଳାରେ ମୋଟ ୮ ଟି କମ୍ପାନୀ ର ପି.ଆଇ ମାନେ ଯୋଗଦେଇଥିବା ବେଳେ ଅଞ୍ଚଳର ୧୫୦ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିବା ସୂଚନା ମିଳିଛି l ଏଥି ମଧ୍ୟରୁ ୫୫ ଜଣ ଆଜି ନିଯୁକ୍ତି ପାଇଥିବା ବେଳେ ୯୦ ଜଣ ଯୁବକ ଯୁବତୀ ପୂର୍ବରୁ ଆୟୋଜିତ ମେଳା ଗୁଡିକରେ ନିଯୁକ୍ତି ହୋଇ ସାରିଛନ୍ତି l ଆଗାମୀ ଦିନରେ ଏହି ଯୋଜନା ମାଧ୍ୟମରେ ଅଞ୍ଚଳର ୫୦ ରୁ ଉର୍ଦ୍ଧ ଯୁବକ ଯୁବତୀ ନିଯୁକ୍ତି ପାଇବାର ସୁଯୋଗ ଥିବା ଜଣା ଯାଇଛିl

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍