ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆସିକା ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । ଯୁବ ସାମ୍ବାଦିକ ହରିହର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ସମ୍ମାନିତ ଅତିଥି ଭାବରେ ବି ଡି ଓ ସାଗରିକା ଷଡ଼ଙ୍ଗୀ,ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ ମହାପାତ୍ର, କୋଟିନଡା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା, ଏନ ଏ ସି ଉପାଧ୍ୟକ୍ଷ ଜୟନ୍ତୀ ବିଷୋୟୀ, ସଂସ୍କୁତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ଵିନୀ କୁମାର ଦାସ,ମୁଖ୍ୟ ପଣ୍ଡିତ ପ୍ରଦୀପ କୁମାର ତ୍ରିପାଠୀ,ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପାତ୍ର,ସଂସ୍କୃତ କଲେଜ ର ପରିଚାଳନା କମିଟି ର ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଏ ବି ଇ ଓ ଭାଗିରଥି ପାତ୍ର,,ବରିଷ୍ଠ ସାମ୍ବାଦିକ ମନୋଜ ମୁନି,ହୃଦାନନ୍ଦ ଜେନା,ସରୋଜ ଦାସ,ଅଜିତ ଦାସ, ରତ୍ନାକର ସାହୁ, ,ମମତା ଯୋଜନାର ସଂଯୋଜକ ରଶ୍ମିନୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ସତ୍ୟ ଓ ନିର୍ଭୀକତା ସାମ୍ବାଦିକତା ର ମୂଳ ମନ୍ତ୍ର ଓ ସାମ୍ବାଦିକତା ର ନୈତିକ ମୂଲ୍ୟ ବୋଧ ଉପରେ ଅତିଥି ମାନେ ଆଲୋଚନା କରିଥିଲେ। ଶେଷରେ ଆସିକା ଅଞ୍ଚଳର ସମସ୍ତ ଖବର କାଗଜ ବିତରକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସାମ୍ବାଦିକ ହୃଦାନନ୍ଦ ଜେନା ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସାମ୍ବାଦିକ ଯୋଗେନ୍ଦ୍ର ନାଥ ପ୍ରଧାନ,ସନ୍ତୋଷ ମିଶ୍ର,ପ୍ରଦୀପ ପାତ୍ର,ନରେନ୍ଦ୍ର ସାହୁ,ଅମର ବେହେରା, ଶିବ ଶଙ୍କର ମିଶ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
ଆସିକରେ ଜାତୀୟ ପ୍ରେସ ଦିବସ ପାଳନ
Read Time:2 Minute, 13 Second

