Read Time:1 Minute, 11 Second
ଆସିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଲଡୁକିଶୋର ସ୍ବାଇଁ ସ୍ମୃତି ପରିଷଦ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।ଏଥିରେ ଆସିକା ବ୍ଲକର ବିଭିନ୍ନ ସ୍କୁଲ ମାନଙ୍କର ବୋର୍ଡ ପରୀକ୍ଷାରେ ରେଙ୍କରେ ଥିବା ଏବଂ ୯୦ପ୍ରତିଶତ ନଂ ରଖି ପାସ କରିଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ମାନୀତ କରାଯାଇଥିଲା।ବିଧାୟିକା ମଞ୍ଜୁଳା ସ୍ବାଇଁ ,ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜୀବନାନନ୍ଦ ତ୍ରିପାଠୀ, ସରକାରୀ ମହିଳା ମହାବିଦ୍ୟାଳୟ ର ଗଣେଶ୍ୱର ମାଝୀ, ଶିକ୍ଷାବିତ ଗଣେଶ ରଥ,ନାଚିକେତ ସ୍ବାଇଁ,ଅଭିମନ୍ୟୁ ନାହକ,ଭଗବାନ ସାହୁ,ମନୋଜ ଦୋରା,ରାଜେଶ ପଟ୍ଟନାୟକ, ମୋହନ ଦୋରା,ଶିବ ନାହାକ,ଶିବ ମହାନ୍ତି, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ସୁବାସ ସେନାପତି,ପ୍ରଧାନ ଆଚାର୍ଯ୍ୟ ଶରତ ମୁନୀ ସ୍ବଦେଶ ଦଳେଇ ପ୍ରମୁଖ ଯୋଗଦେଇଥିଲେ।

