ଘରୋଇ ବସ୍ ମାଲିକ,ଗଞ୍ଜାମ ଜିଲ୍ଲା ସଂଘର ଜରୁରୀ ବୈଠକ ଅନୁଷ୍ଠିତ

ଘରୋଇ ବସ୍ ମାଲିକ,ଗଞ୍ଜାମ ଜିଲ୍ଲା ସଂଘର ଜରୁରୀ ବୈଠକ ଅନୁଷ୍ଠିତ

0 0
Read Time:2 Minute, 59 Second

ଆସିକା ଚିନିକଳ  ଡାକବଙ୍ଗଳା ଠାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନର ଘରୋଇ ବସ ମାଲିକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ଜରୁରୀ ବୈଠକରେ   ବ୍ରହ୍ମପୁର, ଆସିକା, ଫୁଲବାଣୀ, ଭୁବେନେଶ୍ୱର, ବାଲିଗୁଡା, କୋରାପୁଟ ଓ  ରାଉଲକେଲା ପ୍ରଭୃତି ଅଞ୍ଚଳକୁ  ଦୈନଦିନ  ଚଳାଚଳ କରୁଥିବା କିଛି ଯାତ୍ରୀବାହୀ ଘରୋଇ ବସ୍ ଗୁଡ଼ିକର ଅସୁବିଧା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ବିଶେଷକରି ଭଞ୍ଜନଗର ବାସଷ୍ଟାଣ୍ଡ ଠାରେ ଦେଖାଦେଉଥିବା କେତେକ ଅନୀୟମିତ କାର୍ଯ୍ୟକଳାପ କୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।  ମାଲିକଙ୍କ ଅଭିଯୋଗ ଥିଲାଯେ ,  ସଂଘର ନିର୍ଦ୍ଧାରିତ ନିୟମ ବ୍ୟତିତ ,  ବିଭିନ୍ନ ଆଳ ଦେଖାଇ ବସଷ୍ଟାଣ୍ଡ ରେ “ବସଷ୍ଟାଣ୍ଡ ଖର୍ଚ୍ଚ” ବାବଦକୁ ଅଧିକ ଅର୍ଥ ଆଦାୟ କରାଯାଉଛି । 

 ଫଳରେ ବସ ମାଲିକ ମାନେ  କ୍ଷତି ସହିବାକୁ ପଡୁଛି  । ରାତ୍ର ସମୟ ରେ ବସ ପିଛା ୫୦୦ ରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରୁଥିବା ବେଳେ ,  ଗୋଟିଏ ଟିକଟ ବିକ୍ରି  ବାବଦକୁ  ୪୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ , “ବସଷ୍ଟାଣ୍ଡ ଖର୍ଚ୍ଚ” ପାଇଁ ଜୋର ଜୁଲାମ  ଆଦାୟ କରାଯାଇଛି । ବୈଠକରେ ହୋଇଥିବା ଅଭିଯୋଗ ପ୍ରକାରେ , ଜନୈକ ନିର୍ଦ୍ଧିଷ୍ଟ ବ୍ୟକ୍ତି , ଭଂଜନଗର ବସଷ୍ଟାଣ୍ଡ ରେ ପ୍ରତିଦିନ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ତେଣୁ “ବସଷ୍ଟାଣ୍ଡ ଖର୍ଚ୍ଚ” ବାବଦରେ ସଂଘର ନିୟମ ବ୍ୟତୀତ ବସ୍ ମାନଙ୍କ ଠାରୁ ଅଧିକ ଅର୍ଥ ଆଦାୟ କିଭଳି ନହେବ ସେଥିପାଇଁ ଗୁରୁତ୍ବ ଦିଆଯାଇଥିଲା । 

ବସ୍ ବ୍ୟବସାୟ କୁ ଏକ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରାଯିବା ସହ ,  ଆସନ୍ତା ଦିନରେ କୈ।ଣସି ବସ ଷ୍ଟାଣ୍ଡରେ ଏହି ଭଳି ଜୋର ଜୁଲମ ଚାନ୍ଦା ଆଦାୟ କୁ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିରେ ଗଂଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ସଂପାଦକ – ସୁବାସ ଚନ୍ଦ୍ର ପଟ୍ଟନାୟକ , ବସ୍ ମାଲିକ  ସନ୍ତୋଷ କୁମାର ପତି, ସୀତାରାମ ମହାନ୍ତି, ଇ. ଲୋକନାଥ, ମୁନା ପାଣିଗ୍ରାହୀ, ରମା ପାତ୍ର, ପୂର୍ଣ୍ଣ ପୃଷ୍ଟି, ସୁଦୁରୁ ପ୍ରଧାନ, ବାବୁଲା ରାଓ, କାଳୁ ଚାରଣ ଜେନା, ରଞ୍ଜନ ଗୌଡ଼, ରାମକୃଷ୍ଣ ପାତ୍ର, କାଳୁ ପଣ୍ଡା, ଗୋପବନ୍ଧୁ ମହାପାତ୍ର, ସୁବାଷ ଚନ୍ଦ୍ର ଦିହୁଡି, ବିପ୍ର ଚରଣ ବାରିକ, ନାଗା ପାଣିଗ୍ରାହୀ, ଶିବ ପ୍ରଧାନ ଏବଂ ଚନ୍ଦନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍