……………………….
ଧରାକୋଟ,29/9/26 ଧରାକୋଟ ପ୍ରାଣୀ ଚିକିତ୍ସାଳୟ ତରଫରୁ ବିଶ୍ୱ ଜଳାନ୍ତକ ଦିବସ ଅବସରରେ ବ୍ଲକ ଅଧିନସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ କୁସଗୁମା, ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ଧରାକୋଟ,ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜଗମୋହନ,ବାଳିକା ଉଚ୍ଚ ବିଦ୍ୟାଳୟ ମୁଣ୍ଡମରାଇ,ପ୍ରସ୍ତାବିତ ଉଚ୍ଚ ବିଦ୍ୟାଳୟ ସରଧାପୁର ଓ ଅନନ୍ତ ନାରାୟଣ ସଂଯୁକ୍ତ ବିଦ୍ୟାପୀଠ ମୁଣ୍ଡମରାଇ ଭଳି ଛଅ ଗୋଟି ବିଦ୍ୟାଳୟରେ ଏହାର ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୃଷ୍ଟି କରାଯାଇଛି । ଡାକ୍ତର ମାନସ ରଞ୍ଜନ ପଲାଇ,ଡାକ୍ତର ରିଶି ନନ୍ଦ ଓ ଡାକ୍ତର ଅୟୀଶ୍ୱର୍ଯ୍ୟା ଦାସ ବିଦ୍ୟାଳୟ ଗୁଡିକରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଜଳାନ୍ତକ ଏକ ଭୂତାଣୁଜନିତ ଜୁନୋଟିକ୍ ରୋଗ, ଏହାର ଲକ୍ଷଣ, ପ୍ରତିରୋଧମୂଳକ ପଦକ୍ଷେପ, କୁକୁର କାମୁଡ଼ାରୁ ସୁରକ୍ଷା ଏବଂ କୁକୁର କାମୁଡ଼ିଲେ ତୁରନ୍ତ ଗ୍ରହଣୀୟ ପ୍ରାଥମିକ ଚିକିତ୍ସା ବିଷୟରେ ସଚେତନ କରାଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଠା ବଣ୍ଟନ କରାଯାଇଥିଲା ଓ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଥିଲା । ଏଥିରେ ପ୍ରାଣୀଧନ ନିରୀକ୍ଷକ ଶ୍ରୀଧର ପାତ୍ର,ବିରସେନ ଶତପଥୀ,ଶିବରାମ ପାତ୍ର, ସଞ୍ଜୟ ପ୍ରଧାନ , ମଙ୍ଗୁଳୁ ଗୌଡ ଓ ରମେଶ ଚନ୍ଦ୍ର ସେଠୀ ସହାୟତା ପ୍ରଦାନ କରିଥିଲେ।
ବିଶ୍ୱ ଜଳାନ୍ତକ ଦିବସ ରେ ସଚେତନତା କାର୍ଯ୍ୟକ୍ରମ
Read Time:1 Minute, 46 Second

