ଗୁରୁକୃପା ଆଶ୍ରମ ର ପ୍ରତିଷ୍ଠା ମହୋତ୍ସବ

ଗୁରୁକୃପା ଆଶ୍ରମ ର ପ୍ରତିଷ୍ଠା ମହୋତ୍ସବ

0 0
Read Time:1 Minute, 30 Second


ଧରାକୋଟ ବ୍ଲକର ଝାଡବନ୍ଧ ପଞ୍ଚାୟତ ର କଳାସୂତା ନିକଟ ରାମଘାଟ ସ୍ଥିତ ଶ୍ରୀ ଶ୍ରୀ ଗୁରୁକୃପା ଆଶ୍ରମ ର ପ୍ରତିଷ୍ଠା ମହୋତ୍ସବ ପଵିତ୍ର ଋଷି ପଞ୍ଚମୀ ତିଥି ମଙ୍ଗଳବାର ଦିନ ମହା ସମାରୋହର ସହ ବୈଦିକ ରୀତି ନୀତି ଅନୁଯାୟୀ ପାଳନ ହୋଇଯାଇଛି । ପ୍ରଭାତରୁ ପ୍ରାତଃ ପୂଜା, ଧର୍ମସ୍ତମ୍ଭ ଧ୍ୱଜାରୋହଣ , ବୃନ୍ଦାବତୀ ପୂଜା, ପଞ୍ଚବଟୀ ପୂଜା, ଗୋଶାଳା ପୂଜା,ଶ୍ରୀ ହନୁମାନଜୀ ମହାରାଜ ଙ୍କ ସ୍ୱତନ୍ତ୍ର ପୂଜା,ଭୁବନେଶ୍ୱରୀ ପୂଜା, ହୋମ, ଯଜ୍ଞ, ନାମ ସଂକୀର୍ତ୍ତନ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଗୁରୁଦେବ ଆତ୍ମାରାମ ମହାରାଜ ଙ୍କ ମାର୍ଗ ଦର୍ଶନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ଆତ୍ରେୟ ରଥ,ସଚ୍ଚି ମହାନ୍ତି, ରବୀନ୍ଦ୍ର ସାହୁ, ଭବକୃଷ୍ଣ ମହାନ୍ତି, ମନୋଜ ମୁନି, ରବୀନ୍ଦ୍ର ପାତ୍ର, ଯଜ୍ଞ ନାରାୟଣ ନାୟକ, ବ୍ରହ୍ମା ନନ୍ଦ ନାୟକ ଙ୍କ ସମେତ ସମେତ ସମସ୍ତ ଗୁରୁଦେବ ଭକ୍ତ ମାନେ ସହଯୋଗ ପ୍ରଦାନ କରିଥିଲେ। ହନୁମାନ ଜୀ ଓ ଗୁରୁଦେବ ଙ୍କ ଆଶିଷ ପ୍ରାପ୍ତି ପାଇଁ ସମଗ୍ର ରାଜ୍ୟରୁ ଶହ ଶହ ଭକ୍ତ ଓ ସାଧକ ମା ମାନେ ଏଥିରେ ଯୋଗ ଦେଇଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍