Read Time:1 Minute, 2 Second
ମେଲବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଅଷ୍ଟ୍ରେଲିଆନ୍ ଓପନରେ ଭେଟେରାନ୍ ଖେଳାଳିଙ୍କ ବିଜୟଧାରା ଅବ୍ୟାହତ ରହିଛି। ସ୍ୱିଜରଲ୍ୟାଣ୍ଡର ଷ୍ଟାର୍ ଖେଳାଳି ରୋଜର ଫେଡେରର ଏବଂ ଆମେରିକାର ସେରେନା ୱିଲିୟମ୍ସ ନିଜ ନିଜର ମୁକାବିଲା ଜିତି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ୬ଥରର ଚାମ୍ପିୟନ୍ ଫେଡେରର ଦ୍ୱିତୀୟ ରାଉଣ୍ଡରେ ସର୍ବିୟାର ଫିଲିପ୍ କ୍ରାଜିନୋଭିକଙ୍କୁ ସିଧାସଳଖ ୬-୧, ୬-୪, ୬-୧ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଫେଡେରର ଅଷ୍ଟ୍ରେଲିଆର ଜନ୍ ମିଲମ୍ୟାନଙ୍କୁ ଭେଟିବ, ଯିଏ ଦ୍ୱିତୀୟ ରାଉଣ୍ଡରେ ପୋଲାଣ୍ଡର ହବର୍ଟ ହର୍କାଜଙ୍କୁ ହରାଇଛନ୍ତି।

