ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା, ସ୍ଵାସ୍ଥ୍ୟମନ୍ତ୍ର୍ୟ ଦୃଷ୍ଟି ଦେବାକୁ ଦାବୀ….

ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା, ସ୍ଵାସ୍ଥ୍ୟମନ୍ତ୍ର୍ୟ ଦୃଷ୍ଟି ଦେବାକୁ ଦାବୀ….

0 0
Read Time:3 Minute, 28 Second

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ୧୮ଟି ଆଦିବାସି ଅଧୁସିତ ଅଞ୍ଚଳ ପଞ୍ଚାୟତ ବାସିନ୍ଦା ନିର୍ଭର କରୁଥିିବା ବେଳେ କିନ୍ତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥିତି ଅଲଗା ଯେମିତି କି ବାହାରୁ ଦେଖିବାକୁ ଯେତିକି ଚକାଚକ୍ ଓ ସୁନ୍ଦର ଦିଶୁଛି ଭିତରେ କିନ୍ତୁ ଏହାର ସମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳୁଛି ।ଏଠାରେ ଇନ୍ଚାର୍ଜ ଙ୍କୁ ମିଶାଇ ସାତ ଜଣ ଡାକ୍ତର ଥିଲେ ମଧ୍ୟ ପାଳିକରି ଆସୁଛନ୍ତି ଦିନକୁ ଜଣେ ଜଣେ ମନମୁତାବକ ।ରୋଗୀସେବା ନାମରେ ଚାଲେ ଏଠି ଶୋଷଣ ।ଏଠାରେ ଚାରି ବର୍ଷ ଠାରୁ ଆରମ୍ଭ କରି ଏଗାର ବର୍ଷ ରୁ ଉର୍ଦ୍ଧ୍ବ ହେବ ବଦଳି ହେଉନଥିବା କିଛି କାର୍ଯ୍ୟରତ ସେବିକା ଓ କର୍ମଚାରୀ ମାନେ ମଧ୍ୟ ଏଠାରୁ ବାଦ ପଡିନାହାନ୍ତି ।ରୋଗୀଙ୍କ ଠାରୁ ଭିତିରିଆ ଟଙ୍କା ଆଦାୟ ସହ ଅସଦ୍ ବ୍ୟବହାର କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ । ଏମିତି କି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଉନ୍ନତି ପାଇଁ ବାର୍ଷିକ ରୋଗିକଲ୍ୟାଣ ସମିତି ନାମରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା କୁ ହିସାବ ରଖୁଥିବା ବାଡା ଓ ଡାକ୍ତର ମିଶି ଲୁଟୁଥିବା ମଧ୍ୟ ଭିତିରିଆ ସୁଚନା ମିଳୁଛି ।ସେ ଡାକ୍ତର ହୁଅନ୍ତୁ ବା କର୍ମଚାରୀ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ନାଲି ଆଖି ଦେଖାଇ ଅସଦ୍ ବ୍ୟବହାର କରିବା ପାଇଁ ପଛାନ୍ତି ନାହିଁ ।ଏପରିକି କାର୍ଯ୍ୟରତ ଡାକ୍ତର ମାନଙ୍କ ମଧ୍ୟରେ ସମନ୍ୱୟ ଠିକ୍ ରହୁନଥିବା ବେଳେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଅନେକାଂଶରେ ଉତ୍ତମ ସେବା ଯୋଗାଉଥିବା ଓ ଲୋକଙ୍କ ଆସ୍ଥା ଭାଜନ ହୋଇ ରହିଥିବା ଭଲ ଭଲ ଡାକ୍ତର ମାନଙ୍କୁ କେତେକ ଅସାଧୁ ତଳୁଆ କର୍ମଚାରୀ ଓ ଡାକ୍ତର ଙ୍କ ମିଳିତ ଉଦ୍ୟମରେ ଅନ୍ୟତ୍ର ବଦଳି କରିବା ପାଇଁ ଉଦ୍ୟମ କରାଯାଉଛି । ତେବେ ଦିର୍ଘ ବର୍ଷ ଧରି ଅବ୍ୟବସ୍ଥା ଘେରରେ ସ୍ୱାସ୍ଥ୍ୟ ସେବା ଚାଲିଥିବା ବେଳେ ଭଲ ସେବା ଯୋଗାଉଥିବା ଡାକ୍ତର ମାନଙ୍କୁ ବଦଳି ଉଦ୍ୟମ, ଇନ୍ଚାର୍ଜ ଓ କର୍ମଚାରୀ ଙ୍କ ଅସଦ୍ ବ୍ୟବହାର ରେ ଅତିଷ୍ଠ ହୋଇ ଅଞ୍ଚଳବାସୀ ଦୁଇ ଜଣ କର୍ମଚାରୀ ବିଜୟ ମହାଙ୍କୁଡ ଓ ସଂଗ୍ରାମ ଜେନା ଙ୍କୁ ତୁରନ୍ତ ବଦଳି ସହ ଉତ୍ତମ ସେବା ଯୋଗାଉଥିବା ଡାକ୍ତର ଉଲ୍ଲାସ ରାଉତ ଓ ଜୟକୃଷ୍ଣ ସେଠୀ ଙ୍କୁ ସ୍ଥାନାନ୍ତର କରାଯାଇଥିବା ଦୁଇ ଜଣ ଡାକ୍ତର ଙ୍କୁ ପୁଣି ଫେରାଇ ଆଣିବା ପାଇଁ ଜନପ୍ରତିନିଧି ମାନଙ୍କ ସମେତ ସର୍ବସାଧାରଣ ମେଡିକାଲ ସମୁଖରେ ଏକତ୍ରିତ ହୋଇ ଗଣମାଧ୍ୟମ ଆଗରେ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିବା ସହ ସ୍ଥାନୀୟ ସରପଞ୍ଚ ନର୍ମଦା ଦଳାଇ ଙ୍କ ଜରିଆରେ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଦେଶ ବିଦେଶ ନ୍ୟୁଜ୍ ସ୍ପେଶାଲ୍ ରିପୋର୍ଟ ସ୍ୱାସ୍ଥ୍ୟ