Read Time:1 Minute, 9 Second
ବୁଦ୍ଧେଶ୍ୱର ଲୋକ କଳା ସାଂସ୍କୃତିକ ସଙ୍ଘ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ପଳାସପୁର ବୁଦ୍ଧେଶ୍ୱର ମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ତଥା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଦ୍ମଶ୍ରୀ ସିମାଞ୍ଚଳ ପାତ୍ର, ଭାରତ ଲୀଳା ଗୁରୁ ନବଘନ ପରିଡା, ପ୍ରହ୍ଲାଦ ନାଟକ ଗୁରୁ ବିପ୍ର ଚରଣ ପ୍ରଧାନ ଙ୍କ ସମେତ ରାମ ଲୀଳା, ଦାସ କାଠି ଗୁରୁ ଏବଂ ସାନ ଖେମୁଣ୍ଡି ବ୍ଲକ ର ବିଭିନ୍ନ ଲୋକ ନୃତ୍ୟ କଳାକାର ଓ କୀର୍ତ୍ତନ ସଙ୍ଘ ର ଗୁରୁ ମାନଙ୍କୁ ପୂଜା ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଉତ୍ସବ ରେ ଜିଲ୍ଲା ର ସମସ୍ତ ବ୍ଲକ ର କଳାକାର ସଙ୍ଘ ର ଉପ ସଭାପତି ଙ୍କ ସହ ବରିଷ୍ଠ କଳାକାର ମାନେ ଯୋଗଦେଇଥିଲେ l ଗୁରୁ ମାନଙ୍କୁ ଫୁଲ, ଚନ୍ଦନ ଦେଇ ପଟୁଆର ରେ ମନ୍ଦିର କୁ ଅଣାଯାଇଥିଲା l

