ଆସିକା ଗୁରୁକୃପା ଆଶ୍ରମ ପକ୍ଷରୁ ସ୍ଥାନୀୟ ପୁଡୁଗେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପରେ ଗୁରୁ ପୂର୍ଣ୍ଣିମା ବହୁ ଆଡମ୍ବର ସହକାରେ ପାଳିତ ହୋଇଛି।ଅନୁଷ୍ଠାନ ପ୍ରତିଷ୍ଠାତା ତଥା ଗୁରୁଦେବ ଶ୍ରୀ ଶ୍ରୀ ଆତ୍ମାରାମ ମହାରାଜାଙ୍କୁ ହଜାର ହଜାର ସାଧକ ବନ୍ଦାପନା କରି ପାଛୋଟି ଆଣିବା ପରେ ଆସନ ଅଳଙ୍କୃତ କରାଇଥିଲେ। ଏହି ଅବସରରେ ଗୁରୁଦେବ ଆତ୍ମାରାମ ମହାରାଜା ଜି ଗୁରୁ ପୂର୍ଣ୍ଣିମା ର ମହତ୍ଵ ଏବଂ ଗୁରୁ ପରମ୍ପରା ସହ ଗୁରୁ ସବୁଠାରୁ ଶ୍ରେଷ୍ଠ କିପରି ସେ ସମ୍ପର୍କରେ ନିଜ ମୁଖଶୃତିରେ ଅମୂଲ୍ୟ ବାଣୀ ପ୍ରଦାନ କରିଥିଲେ।ଗୁରୁ ଅନୁଗାମୀ ଏବଂ ଆଶ୍ରିତ ସମସ୍ତ ସାଧକ ଭାଇ ଓ ଭଉଣୀ ମାନେ ଆସିକା ସ୍ଥିତ ପୁଡୁଗେଶ୍ବର କଲ୍ଯାଣ ମଣ୍ଡପ ଏକତ୍ରିତ ହୋଇ ଶ୍ରୀଗୁରୁ ବନ୍ଦନା ଓ ଶ୍ରୀଗୁରୁ ଗୀତା ବିଭୁତି ଯୋଗ ପାଠ (୧୦ମ ଅଧ୍ଯାୟ) ପରେ ଗୁର୍ବାଷ୍ଟକ ପାଠ ଓ ବେଦ ପାଠ ମଧ୍ୟ ହୋଇଥିଲା । ଶ୍ରୀଗୁରୁଦେବଙ୍କ ପୁଜା ଓ ଶ୍ରୀମୁଖ ରୁ ଦିବ୍ୟ ବାଣୀକୁ ଶ୍ରବଣ କରିଥିଲେ ଉପସ୍ଥିତ ସାଧକ।ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକେ ସାଧକ କାର୍ଯ୍ୟକ୍ରମ ରେ ଯୋଗଦେଇ ଗୁରୁକୃପା ହାସଲ କରିଥିଲେ।
ଗୁରୁକୃପା ଆଶ୍ରମ ଦ୍ୱାରା ଗୁରୁ ପୂର୍ଣ୍ଣିମା ପାଳିତ
Read Time:1 Minute, 30 Second

