ଆସିକା ବ୍ଲକ ନଳବଣ୍ଟା ଗ୍ରାମର ଏକ ଗୋଦାମ ଘରୁ ଆସିକା ପୋଲିସ ୨୦ ବସ୍ତା ବାଣ ଜବତ କରିଛି।ଜବତ ବାଣ ର ମୂଲ୍ୟ ପାଖା ପାଖି ୬୦ହଜାର ଟଙ୍କା ହେବ ବୋଲି ଜଣାପଡିଛି।ଏନେଇ ଆସିକା ଥାନା କେଶ ନଂ ୪୦୭/୨୬ ଓ ୪୦୮/୨୬ ପ୍ରକାରେ ଦୁଇଟି ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ ସୁଧୀର ସାହୁ। ଜାତୀୟ ରାଜପଥ ୫୯ ନମ୍ବର
କଡରେ ନଳବଣ୍ଡା ଗ୍ରାମ ଅବସ୍ଥିତ । ଏହି ଗ୍ରାମର ବାଣ କାରବାରରେ ଦୂତୀୟ ଶିବକାସି ଭାବେ ଜଣାଶୁଣା।ଭଳିକି ଭଳି ବାଣ ଏଠି ପ୍ରସ୍ତୁତ ହୁଏ। ବାଣର ଚାହିଦା ଯୋଗୁଁ ରାଜ୍ୟ ଓ ରାଜ୍ୟ ବାହାରକୁ ମଧ୍ୟ ଯାଇଥାଏ।ତେଣୁ ବର୍ଷ ତମାମ ଏଠି ବାଣ ପ୍ରସ୍ତୁତ ହୁଏ।ବିଶେଷ ଭାବେ ଦୀପାବଳୀ ସମୟରେ ଏହାର ବିକ୍ରିବଟା ଅଧିକ।କହିବାକୁ ଗଲେ ବିଭିନ୍ନ ଗ୍ରାମରେ ଯାନିଯାତ୍ରା ହେଉ କିମ୍ବା ବିବାହ ବ୍ରତ ନତୁବା କୈଣସି ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ନଳବଣ୍ଟା ବାଣ ଚାହିଦା ବଢେ।ଅଧିକ ଲାଭ ଏହି ବ୍ୟବସାୟରେ ହେଉ ଥିବାରୁ ଉକ୍ତ କାର୍ଯ୍ୟରେ ଗ୍ରାମର ଅଧିକାଂଶ ପିଲାରୁ ବୁଢ଼ା ବର୍ଷ ତମାମ ବିଭିନ୍ନ କିସମର ବାଣ ପ୍ରସ୍ତୁତ କରିବାରେ ନିୟୋଜିତ ହୋଇଥାନ୍ତି। ଏମିତିକି ବାଣ ପ୍ରସ୍ତୁତି
ବେଳେ ବେଳେ ଅନେକ ବାର ଅଘଟଣ ଘଟି ଧନ ଜୀବନ ନଷ୍ଟ ହେବାର ନଜିର ରହିଛି। ତଥାପି ଏକାର୍ଯ୍ୟ ବର୍ଷ ତମାମ ଗ୍ରାମରେ ଲୁଚାଛପାରେ ଚାଲେ।
ଆସିକା ଏସ୍ଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱ ରେ
ଆସିକା ଥାନା ଅଧିକାରୀ ସୁଧୀର ସାହୁ ଓ ପୋଲିସ ଫୋର୍ସ ଚଢ଼ାଉ କରି ବିଭିନ୍ନ ପ୍ରକାର ବାଣ ଓ ବାରୁଦ ଏବଂ ବାଣ ପ୍ରସ୍ତୁତିର ରାସାୟନିକ ଦ୍ରବ୍ୟ ଜବତ କରିଥିବା ଜଣାପଡିଛି।
ନଳବଣ୍ଟା ରେ ବିପୁଳ ବାଣ ଜବତ,ଦୁଇଟି ମାମଲା ରୁଜୁ
Read Time:2 Minute, 9 Second

