ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ଧରପଗଡ଼ 

0 0
Read Time:1 Minute, 26 Second

ଆସିକା ଅବକାରୀ ରେଞ୍ଜ ଓ ଛତ୍ରପୁର ଅବକାରୀ ସ୍ୱତନ୍ତ୍ର ଟିମ ପକ୍ଷରୁ ଠେଙ୍ଗାପଲ୍ଲୀ ଏବଂ ଗଣ୍ଡପଲ୍ଲୀ ଅଞ୍ଚଳ ରୁ ଅଚାନକ ଚଢ଼ାଅ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ମଦ ଜବତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି l ଆଜି ଆସିକା ରେଞ୍ଜ ର ଅବକାରୀ ଅଧିକାରୀ ଡମ୍ବୁରୁଧର ହରିଜନ, ଏବଂ ସହ କର୍ମଚାରୀ ପ୍ରଦୀପ କୁମାର ମହାନ୍ତିଙ୍କ ନେତୃତ୍ୱ ରେ ବିଭିନ୍ନ ସ୍ଥାନ ଚଢାଅ କରି ୬୨୦୦ ପୋଚ ନଷ୍ଟ କରିବା ସହ ୨୨୦ ବିଦେଶୀ ମଦ ଜବତ କରାଯାଇଛି l ଏଥି ସହିତ ଗଣ୍ଡପଲ୍ଲୀ ଅଂଚଳ ରୁ ଡି. ତାରିଣୀ ଠେଙ୍ଗାପଲ୍ଲୀ ଅଂଚଳ ରୁ ଏମ ମୁରଲୀ କୁ ଗିରଫ କରିଛି ଅବକାରୀ ବିଭାଗ l ଆସିକା ଅବକାରୀ ରେଞ୍ଜ କେସ ନମ୍ବର ୪୩/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକାରୀ ଡମ୍ବୁରୁଧର ହରିଜନ ପ୍ରକାଶ କରିଛନ୍ତି l ଏଥି ସହିତ ଗତ ମାସରେ ମୋଟ ୨୭ ଗୋଟି କେସ ହୋଇ ୧୯ ଜଣ ଗିରଫ ହୋଇଥିବା ବେଳେ ୩୧, ୨୦୦ ପୋଚ ନଷ୍ଟ କରି ୧୭୨୦ ଲିଟର ଦେଶୀ ମଦ ଜବତ କରାଯାଇଛି l ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏଭଳି ଛଡାଉ ଜାରୀ ରହିବ ବୋଲି ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized